BREAKING
Loading...
:

ଅବ୍ୟବସ୍ଥା ମଧ୍ଯରେ ଚାଲିଛି ଅବକାରୀ କାର୍ଯ୍ଯାଳୟ କର୍ମଚାରୀ ଓ ସ୍ଥାନର ଅଭାବ ମୁଖ୍ଯ ସମସ୍ୟା

 ଅବ୍ୟବସ୍ଥା ମଧ୍ଯରେ ଚାଲିଛି ଅବକାରୀ କାର୍ଯ୍ଯାଳୟ

କର୍ମଚାରୀ ଓ ସ୍ଥାନର ଅଭାବ ମୁଖ୍ଯ  ସମସ୍ୟା



ଖଣ୍ଡପଡ଼ା ୨୨|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ସହରର ୧୨ ନଂ ୱାର୍ଡରେ ଅବସ୍ଥିତ ଅବକାରୀ କାର୍ଯ୍ଯାଳୟଟି ବିଭିନ୍ନ ସମସ୍ୟା ମଧ୍ଯ ଦେଇ ଗତି କରୁଥିବା ଜଣାପଡିଛି। ନିଜସ୍ବ କୋଠାରେ କାର୍ଯ୍ଯାଳୟଟି ଚାଲିଥିଲେ ହେଁ ସଦାସର୍ବଦା କର୍ମଚାରୀଙ୍କ ଅଭାବ ଲାଗି ରହିଛି। ଖାଲି ପଡିଥିବା ପଦବୀଗୁଡ଼ିକ ପୁରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବାରୁ ବିଭିନ୍ନ ସମୟରେ ଯାନବାହନ ଯାଞ୍ଚ ଓ ଚଢାଉ ନିମନ୍ତେ ହାତଗଣତି କେତେକ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଥିବା ଜଣାପଡିଛି। ସେହିପରି ଅବକାରୀ କାର୍ଯ୍ଯାଳୟରେ  ସ୍ଥାନର ଅଭାବ ଯୋଗୁଁ ଜବତ ଯାନବାହନ ଗୁଡିକ ଦିର୍ଘ ମାସ ଧରି ବାହାରେ ପଡିରହି ନଷ୍ଟ ହେଉଥିବା ବେଳେ କାର୍ଯ୍ଯାଳୟ କୋଠା ମଧ୍ଯରେ ୫୦ ରୁ ଉର୍ଦ୍ଧ ଦୁଇ ଚକିଆ ଯାନଗୁଡିକ ରଖାଯାଇଥିବା ଜଣାପଡିଛି। ଫଳରେ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଅବକାରୀ କାର୍ଯ୍ଯାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ସ୍ଥାନର ଅଭାବ ଏବେ ପ୍ରମୁଖ ସମସ୍ୟା ରୁପେ ମୁଣ୍ଡ ଟେକିଥିବା ବେଳେ କାର୍ଯ୍ଯାଳୟର ସମ୍ମୁଖ ଭାଗ ସରକାରୀ ଜାଗା ଉଠା ଦୋକାନୀଙ୍କ କବଜାରେ କବଳିତ ହୋଇ ରହିଥିବା ଜଣାପଡିଛି। ଖଣ୍ଡପଡ଼ା ଅବକାରୀ କାର୍ଯ୍ଯାଳୟ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ତହସିଲ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ଜବତ ଏକାଧିକ ଯାନବାହନ ଗୁଡିକୁ ମହଜୁଦ ରଖିବା ନିମନ୍ତେ ଏକ ଗୃହ ନିର୍ମାଣର ଆବଶ୍ୟକତା ଥିବା ବେଳେ କାର୍ଯ୍ଯାଳୟରେ ଖାଲି ପଡିଥିବା ପଦବୀଗୁଡ଼ିକ ପୁରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ଏ ନେଇ ଖଣ୍ଡପଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ଜେନାଙ୍କୁ ଯୋଗାଯୋଗ କରିବାରେ କାର୍ଯ୍ଯାଳୟରେ ଦେଖା ଦେଇଥିବା ବିଭିନ୍ନ ଅଭାବ,ଅସୁବିଧା ସଂର୍ପକରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS