*ପୀତବାସ ହତ୍ୟା ମାମଲା,୧୨ ଗିରଫ; ୩ ଫେରାର*
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ , କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ,ବନ୍ଥପଲିର ଛାତ୍ରନେତା ଯୋଗୀ ରାଉତ, ନୟାଗଡ଼ ଚାନ୍ଦପୁରର ରାଜେନ୍ଦ୍ର ସାହୁ ଓ ବନ୍ଥାପଲିର କାଳୁଚରଣ ଭୂୟାଁ,ଚିଣ୍ଟୁ ପ୍ରଧାନ, ହିଞ୍ଜିଳିକାଟୁର ବିପିନ ସ୍ୱାଇଁ,ହାହିପ୍ରୀୟାପୁର ଖଦାଳ ସାହିର ସୀମାଞ୍ଚଳ ନାଇକ ଓରଫ ସୀମା,ବିହାର ରାଜ୍ୟର ସିସିପାଲ କୁମାର ପାସୱାନ ଓ କୁନ୍ଦନ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଅଭିଯୁକ୍ତଙ୍କ ଠାରୁ ୨ ଟି ବନ୍ଧୁକ, ଏକାଧିକ ମୋବାଇଲ ଜବତ କରିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ସୁଦର୍ଶନ ଜେନା, କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ମଧ୍ୟ ଫେରାର ରହିଥିବା ଏସପି ଡ଼ା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment