ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ, ଗଣମାଧ୍ୟମ ପ୍ରତିନିଧି ମାଳମାଳ,ବିଭାଗୀୟ ଅଧିକାରୀ ଦୁର୍ବଳ
ଗଣିଆ ୨୨/୧୦(ସମିସ) ଗଣିଆ ବ୍ଳକ ସଭା ଗୃହରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ହାତଗଣତି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତୁତି ବୈଠକରେ ନା ଥିଲେ ଭାରପ୍ରାପ୍ତ ବିଡ଼ିଓ ନା ଥିଲେ ଅତିରିକ୍ତ ବିଡ଼ିଓ ନା ଥିଲେ ବ୍ଳକ ଅଧ୍ୟକ୍ଷା । ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ସିଡିପିଓ ଉଷାରାଣୀ ସାହୁ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ,ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ ଉପସ୍ଥିତ ଥିଲେ । କହିବାକୁ ଗଲେ ୩ ଜଣ ଲୋକପ୍ରତିନିଧି, ୪ ଜଣ ବିଭାଗୀୟ ଅଧିକାରୀ, ଦୁଇ ଜଣ ଶିକ୍ଷକ ଉପସ୍ଥିତ ଥିଲେ । ବିଭାଗୀୟ ଅଧିକାରୀଙ୍କ ତୁଳନାରେ ଗଣମାଧ୍ୟମ ପ୍ରତିନିଧି ଅଧିକ ଥିବା ଦେଖିବାକୁ ମିଳିଥିଲା । ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଭଳି ଏକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀଙ୍କ ହେୟଜ୍ଞାନର କାରଣ କ'ଣ ବୋଲି ସାଧାରଣରେ ଆଲୋଚନା ହେଉଛି । ୪୦ରୁ ଅଧିକ ବିଭାଗୀୟ ଅଧିକାରୀ ଏବଂ ଲୋକପ୍ରତିନିଧିଙ୍କୁ ପ୍ରସ୍ତୁତି ବୈଠକରେ ଯୋଗ ଦେବା ପାଇଁ ଚିଠି ପ୍ରଦାନ କରାଯାଇଥିଲେ ମଧ୍ୟ ହାତଗଣତି ସଦସ୍ୟ ଆସିବା କେତେଦୂର ଯୁକ୍ତିଯୁକ୍ତ । ଗଣିଆରେ ଭାରପ୍ରାପ୍ତ ବିଡ଼ିଓ ତଥା ତହସିଲଦାର ପ୍ରିତିବାଳା ରଣାଙ୍କ ବଦଳି ହୋଇଥିବା ବେଳେ ନୂତନ ବିଡ଼ିଓ ଆଜି ପର୍ଯ୍ୟନ୍ତ ଯୋଗଦାନ କରିନଥିବା ଯୋଗୁଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ଅଭିଯୋଗ ହେଉଛି । ଏପରିକି ଗଣିଆରେ ବାଘ ନଥିବାରୁ ମିରିଗ ନାଟ ଚାଲିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଆସନ୍ତା ୨୮ ତାରିଖରେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଥିଲେ । ଚଳିତ ବର୍ଷ ୧୬୮ ଜଣ ନୂତନ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ଜଣାପଡିଛି । ଯଦି କେହି ଆବେଦନ କରିନାହାନ୍ତି ତେବେ ବ୍ଳକ କାର୍ଯ୍ୟାଳୟରେ ୨୫ ତାରିଖ ପୂର୍ବରୁ ଆବେଦନ କରିବାକୁ ସଭାରେ ସୂଚନା ପ୍ରଦାନ କରାଯାଇଥିଲା । ଯେଉଁ ମାନେ ନୂତନ ଭାବେ ଆବେଦନ କରିବେ ସେମାନଙ୍କ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଥିବା ନିହାତି ଆବଶ୍ୟକ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଥିଲେ । ତେବେ ପ୍ରସ୍ତୁତି ବୈଠକ ସ୍ଥିତିକୁ ଦେଖିଲେ ୨୮ ତାରିଖରେ ହେବାକୁ ଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିଶ୍ଚୟ ଅବ୍ୟବସ୍ଥା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ମଣିଭଦ୍ରା ଖବର, ଗଣିଆ
Post a Comment