BREAKING
Loading...
:

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' କାର୍ଯ୍ୟକ୍ରମ ଉଦଘାଟିତ।

 'ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' କାର୍ଯ୍ୟକ୍ରମ ଉଦଘାଟିତ। 

 


ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆଗା ସାହି ଜନ ସ୍ବାସ୍ଥ୍ୟ ଆରୋଗ୍ଯ କେନ୍ଦ୍ରରେ 'ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' ଉଦଘାଟିତ ହୋଇଅଛି।କୋରପରେଟର ସନ୍ତୋଷ କୁମାର ସେଠୀ ମୁଖ୍ଯ ଅତିଥି ଏବଂ ମେଡିକାଲ ଇନଚାର୍ଜ ଡାକ୍ତର ନଳିନିକାନ୍ତ ପାଢୀ,ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଏମ ଭି ଅନୁରଧା, ଦନ୍ତ ଚିକିତ୍ସକ ଡାକ୍ତର ଅନ୍ବେଶା ଚୌଧୁରୀ,ଜନ ଆରୋଗ୍ଯ ସଦସ୍ଯ ତଥା ସମାଜସେବୀ ଅନିଲ କୁମାର ଚୌଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ଆସନ୍ତା 26ତାରିଖ ପର୍ଯ୍ୟନ୍ତ ଚାଲିବକୁ ଥିବା ଏହି ଅଭିଯାନରେ ନାରୀ ମାନଙ୍କର ବିଭିନ୍ନ ନାରୀ ସମ୍ବନ୍ଧିତ ରୋଗ ପରୀକ୍ଷା ଚିକିତ୍ସା ଓ ଔଷଧ ବିତରଣ ଆୟୋଜନ ହେବ।କାରଣ ଘରେ ଯଦି ନାରୀ ସୁରକ୍ଷିତ ଓ ସୁସ୍ଥ ରହେ ତେବେ ସମାଜ ଓ ପରିବାର ସୁସ୍ଥ ଓ ସୁରକ୍ଷିତ ରହିବ।ଫାର୍ମାସିଷ୍ଟ ସନାତନ ପ୍ରଧାନ,ଡାଟା ଅପରେଟର ସୁବମ ରାଉଳ,ସିଟି ଏକାଉଣ୍ଟ ମେନେଜର ପ୍ରମୋଦ କୁମାର ସ୍ବାଇଁ,ଟେକ୍ନିସିଅନ ସୌମ୍ୟରଞ୍ଜନ ସାହୁ,ରବି ପାତ୍ର, ମୁନା ସେଠୀ, ରଞ୍ଜନ ପାତ୍ରଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ଏହି କେନ୍ଦ୍ର ଅଧିନସ୍ଥ ସମସ୍ତ ଏ ଏନ ଏମ,ଆଶା ଓ ଅଙ୍ଗନବାଡି ଦିଦିଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ରହି  ଏହି ଅଭିଯାନ ସୁବିଧା ନେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS