BREAKING
Loading...
:

ଦଶପଲ୍ଲା ରେ ଧୁମ୍ ଧାମ୍ ରେ ପାଳିତ ହେଲା ଦେବଶିଳ୍ପୀ କଂ ପୂଜା ।।

 ଦଶପଲ୍ଲା ରେ ଧୁମ୍ ଧାମ୍ ରେ ପାଳିତ ହେଲା ଦେବଶିଳ୍ପୀ କଂ ପୂଜା ।।



 ଦଶପଲ୍ଲା : -  ( ମଣିଭଦ୍ରା ଖବର) ଦଶପଲ୍ଲାର ପୁରପଲ୍ଲୀରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି। ପୂଜା ମଣ୍ଡପଗୁଡିକ ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ ଆଲୋକମାଳା, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏକପ୍ରକାର ପାର୍ବଣର ମାହୋଲ ସୃଷ୍ଟି କରିଛି। ସ୍ଥାନୀୟ ନେତୃସ୍ଥାନୀୟ ବ୍ୟକ୍ତି ମାନେ  ବିଭିନ୍ନ ପୂଜା ମଣ୍ଡପ ବୁଲି ସଂଗଠନର ସଦସ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି । ବିଶେଷ କରି ପୂର୍ବ ଓ ଗୃହ ନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୁଆଁରିଆ ଜଳ ସମ୍ପଦ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ତ୍ରିନାଥ ବଜାର, ରାଜା କନଷ୍ଟ୍ରକସନ,ବିଶ୍ଵକର୍ମା ବଜାର, ଡିହଗାଁ ପଞ୍ଚାୟତର ଦ୍ଫାରଗାଁ, ଖମାରସାହି ପଞ୍ଚାୟତର ମେଘମାଳ, ଶିମିଳିସାହି ପଞ୍ଚାୟତର ଦେଢ଼ଶର ଓ ଏନ୍ ଏ.ସିର ବିଭିନ୍ନ ସ୍ଥାନରେ ବିଶ୍ବକର୍ମାଙ୍କୁ ଆବାହନ କରାଯାଇଛି । ଏହି ଅବସରରେ ବିଶ୍ୱକର୍ମା ବଜାର ବଣିକ ସଂଘରେ  ବିଶେଷ ଉତ୍ସବ ପାଳିତ ହୋଇଥିଲା ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS