BREAKING
Loading...
:

ପ୍ରକଳ୍ପ ଅଧିକାର ଦ୍ଵାରା, ଅଧିକାର ମେଳା ଅନୁଷ୍ଠିତ

 ପ୍ରକଳ୍ପ ଅଧିକାର ଦ୍ଵାରା, ଅଧିକାର ମେଳା ଅନୁଷ୍ଠିତ ।



୨୦/୯/୨୫, ଦଶପଲ୍ଲା। 

ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ପୋଖରୀଗୋଛା ଗ୍ରାମ ପଞ୍ଚାୟତର ବେଵିରୀ ଗ୍ରାମରେ ଗ୍ରାମ ୱାର୍ଡ ମେମ୍ବର , ଗ୍ରାମ ସଭାପତି, ଅଙ୍ଗନୱାଡି କର୍ମୀଙ୍କ ସମେତ ଶତାଧିକ ଆଦିମ ଜନଜାତି ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ଏ ଅଧିକାର ମେଳା ପାରମ୍ପରିକ ନୃତ୍ୟ ଗୀତ ଓ ଆଲୋଚନା ଚକ୍ର ମାଧ୍ଯମରେ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହେଇଯାଇଛି।


ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଜାନୀ, ମାମିନୀ ନାୟକ, ବବିତା ନାୟକ, ପ୍ରତିମା ପ୍ରଧାନ, ଅଭିମନ୍ୟୁ ସାହୁ, ପ୍ରଦୀପ ସାହୁ, ମନୋରଞ୍ଜନ ସ୍ୱାଇଁ ଇତ୍ୟାଦି ଅଂଶ ଗ୍ରହଣ କରିଥିବା ବେଳେ ଅଧିକାର ମିତ୍ର ଶ୍ରୀଯୁକ୍ତ ପ୍ରକାଶ ମଣ୍ଡଳଙ୍କ ଦ୍ଵାରା ଏ ମେଳା ଆୟୋଜନ ହୋଇଥିଲା।


ଦଶପଲ୍ଲା ବ୍ଲକର ପ୍ରକଳ୍ପ ଅଧିକାରୀ ପ୍ରଭାତ ସାହୁ ଏ ମେଳା,ଆଲୋଚନାଚକ୍ର ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗ୍ରାମ୍ୟ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଅତିଥି ବୃନ୍ଦଙ୍କୁ ପାରମ୍ପରିକ ଶୈଳୀରେ ନୃତ୍ୟ ଗୀତ ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ *ଏକ ପେଡ ମା କେ ନାମ୍* ନାରା ଦେଇ ଗ୍ରାମ ପରିକ୍ରମା କରି ବୃକ୍ଷ ରୋପଣ ବିଷୟରେ ସଚେତନତା ସୃଷ୍ଟି କରିଥଲେ ଏବଂ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅତିଥି ବୃନ୍ଦଙ୍କ କର କମଳରେ ଆମ୍ବ, ଲେମ୍ବୁ ଓ ଡାଳିମ୍ବ ଇତ୍ୟାଦି ଉପାଦେୟ ବୃକ୍ଷ ରୋପଣ ଉତ୍ସଵ ଅନୁଷ୍ଠିତ ହେଇଯାଇଛି।


ସୂଚନା ଯୋଗ୍ୟ ଯେ,TPCODL ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରକଳ୍ପ ଅଧିକାର ଦ୍ଵାରା ଏହି ଅଧିକାର ମେଳା ଅନୁଷ୍ଠିତ ହେଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ TPCODL ର ସାମାଜିକ ଦାୟିତ୍ୱ ବୋଧ ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ଘୋଷାଲ୍, ମୂଖ୍ୟ ବକ୍ତା ଭାବେ ମୂଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ସନ୍ତୋଷ ମହାପତ୍ର,ନୟାଗଡ, ବରେଣ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ତନ୍ମୟ ପ୍ରୁଷ୍ଟି,SDO, ଦଶପଲ୍ଲା ଓ ଶ୍ରୀଯୁକ୍ତ କଳିଙ୍ଗ ଚାନ୍ଦ ମହୋଦୟ ଏ ମେଳାରେ ଯୋଗଦାନ କରି ପ୍ରକଳ୍ପ ଅଧିକାର ଦ୍ଵାରା ଆୟୋଜିତ ଏହି ଗ୍ରାମୀଣ ମେଳା ଓ ଏହା ଦ୍ବାରା ଗରିବ ଲୋକ ମାନେ ପାଇଥିବା ଉପକାର ଓ ସଫଳତା ଶୁଣି ଖୁସି ହୋଇଥିଲେ। ଏ ପ୍ରକାର ଜନ ହିତକର ପ୍ରୟାସ ଓ ସଫଳତାକୁ ଉଚ୍ଚ ପ୍ରଶଂସା କରିବା ସହିତ ସବୁ ସ୍ତରରେ ଏ ଉଦ୍ୟମକୁ ସହଯୋଗ କରିବା ପାଇଁ ଉପସ୍ଥିତ ହିତାଧିକାରୀଙ୍କୁ ଆହ୍ବାନ ଦେଇଥିଲେ।


ଶେଷରେ ଅଧିକାର ମିତ୍ର ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ଉପସ୍ଥିତ ସମସ୍ତ ଅତିଥି ଓ ଗ୍ରାମ ଗୋଷ୍ଠୀଙ୍କୁ ଧନ୍ୟବାଦ୍ ଦେବା ସହିତ ଏ ମେଳାର ସଫଳତା କାମନା କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS