ଭାରତୀୟ ମୁକ୍ତିମୋର୍ଚ୍ଚା ସଙ୍ଗଠନ ପକ୍ଷରୁ ପ୍ରଶିକ୍ଷଣ ଶିବିର।
ଖଣ୍ଡପଡା ୨୧|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ବାମସେଫର ସହଯୋଗୀ ସଙ୍ଗଠନ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଖଣ୍ଡପଡା ବ୍ଲକର କୋସ୍କା ପଂଚାୟତ ଅଧିନ ଭେଲେଇଢିପ ଗ୍ରାମ କୋଠଘର ପରିସରରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଶିକ୍ଷା,ବେରୋଜଗାର, ଅନୁସୂଚିତ ଜାତି,ଜନଜାତି ଉପରେ ହେଉଥିବା ଅତ୍ୟାଚାର, ଲକ୍ଷ୍ୟଭ୍ରଷ୍ଟ ସମାଜକୁ ସଠିକ ମାର୍ଗଦର୍ଶନ କରାଇବା ସହ ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସମ୍ପର୍କରେ ଶିବିରରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଫୁଲେ ଦମ୍ପତି ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ପ୍ରଶିକ୍ଷକ ଭାବେ ଭାରତୀୟ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଜଗଦୀଶ ନାୟକ ଯୋଗଦେଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ସମାଜସେବୀ ଗଣେଶ୍ୱର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ କବିତା ସାହୁ, ସମ୍ମାନିତ ଅତିଥି ଭାବେ ପଲ୍ଲୀକବି ପ୍ରଭାତ କୁମାର ଖୁଣ୍ଟିଆ,ସର୍ବଭାରତୀୟ ସିଡ୍ୟୁଲକାଷ୍ଟ ଫେଡେରେସନର ଜିଲ୍ଲା ସଂଯୋଜକ ବିଜୟ କୁମାର ସେଠୀ, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ଜିଲ୍ଲା ସଭାପତି ଉଦ୍ଧବ ନାୟକ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।ଖଣ୍ଡପଡା ବ୍ଲକର ପ୍ରତ୍ୟେକ ପଂଚାୟତରେ ପର୍ଯ୍ୟାୟକ୍ରମେ ଏଭଳି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ ବୋଲି ସଂଗଠନର ସଦସ୍ୟମାନଙ୍କ ସୁତ୍ରରୁ ପ୍ରକାଶ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment