BREAKING
Loading...
:

ଯାତ୍ରୀବାହି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା

 ଯାତ୍ରୀବାହି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା



ଖଣ୍ଡପଡ଼ା ୨୧|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ଗୋଲା ବୋଦସା ଗ୍ରାମର ମହେଶ୍ବର ଖୁଣ୍ଟିଆଙ୍କର ଏକ ଯାତ୍ରୀବାହି ବସ ଧକ୍କାରେ ଗତ ୧୯ ତାରିଖରେ ମୃତ୍ୟୁ ହୋଇଥିଲା।ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ  ପାଇଥିବା ବେଳେ ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତିଙ୍କ ଅକାଳ ବିୟୋଗରେ ମୃତକଙ୍କ ପରିବାରବର୍ଗ ଭାଙ୍ଗି ପଡିଥିଲେ।ଘଟଣା ସଂପର୍କରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଥିବା ଜଣାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୃତକଙ୍କ ପରିବାରବର୍ଗ ଓ  ସ୍ଥାନୀୟ ଗ୍ରାମବାସୀ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ଓ ଖଣ୍ଡପଡ଼ା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS