BREAKING
Loading...
:

ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ପ୍ରୟାସ

 ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ  ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ପ୍ରୟାସ



କେନ୍ଦ୍ରାପଡ଼ା,  -;

ଛୋଟ ପିଲାଟି ଯେବେ ତାର ପ୍ରଥମ  ଶିକ୍ଷା ଆରମ୍ଭ କରେ ତେବେ ପ୍ରଥମ ଶିକ୍ଷାଦାନର ବହି ଛବିଳ ମଧୁ ବର୍ଣ୍ଣବୋଧ ହୋଇଥାଏ । ଏହି ବହି ଚପଳମତି ପିଲାଟିକୁ ପ୍ରାଥମିକ ଶିକ୍ଷା ଦେବାରେ ସହାୟକ ହୋଇଥାଏ ।ଆଜିର ଶିକ୍ଷା ବ୍ୟବସ୍ଥାରେ କୁନି କୁନି ପିଲାମାନଙ୍କୁ ଏଲକେଜି, ୟୁକେଜି ଓ ଅନ୍ୟ ପ୍ରାଥମିକ ଶିକ୍ଷାରେ ଏହି ବର୍ଣ୍ଣବୋଧର କିଛି ମୂଲ୍ୟ ନାହିଁ କାରଣ ଇଂରାଜି ଅବିଧାନରେ ଏହା ନାହିଁ । ଏହି ପୁସ୍ତକକୁ ବାଧ୍ୟତାମୂଳକ କଲେ ଶିକ୍ଷା ବିଭାଗରେ ପ୍ରାଥମିକ ସଂସ୍କାର ଆସିବ ବୋଲି ଗୁରୁଜନଙ୍କ ମତ । ଏହିପରି ସାମାଜିକ ବାର୍ତ୍ତାକୁ ପାରିପାଳନ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରୟାସ କରିଛନ୍ତି । କିପରି ଛବିଳ ମଧୁ ବର୍ଣ୍ଣବୋଧର ମୂଲ୍ୟବୋଧ ପିଲା ମାନଙ୍କୁ ଉତ୍ସାହ ପ୍ରଦାନ କରିବ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି ଟ୍ରଷ୍ଟର କର୍ମକର୍ତା ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିକଟ ମୁଣ୍ଡା ବସ୍ତିରେ । ସେ ପରିବେଶର ପିଲାମାନେ ଗ୍ରାମ ସ୍କୁଲରେ ପଢିଥାନ୍ତି । ତାଙ୍କ ପିଲା ମାନଙ୍କ ସହ ଅଭିଭାବକଙ୍କୁ ବର୍ଣ୍ଣବୋଧ ଶିକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଏହା ପରେ ପିଲା ମାନଙ୍କୁ ପାଠୋପକରଣ ସହ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଆସିବା ସମୟରେ ପିଲାମାନଙ୍କ ଠାରୁ ଟ୍ରଷ୍ଟର କର୍ମକର୍ତା ବାର୍ତ୍ତା ନେଇଥିଲେ କି ଆମେ ବି ପଢ଼ିବୁ ସାଙ୍ଗକୁ ପଢାଇବୁ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କାଳନ୍ଦୀ ମଲ୍ଲିକ, ଦେବେନ୍ଦ୍ର ନାୟକ, ବାପି ଗୋଛାୟତ, ବରୋଦା କାନ୍ତ ବରାଳ ଓ ରାକେଶ କୁମାର ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS