BREAKING
Loading...
:

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ

 


ବ୍ରହ୍ମପୁର, -:  ରେଶମ ସହର ବ୍ରହ୍ମପୁରରୁ ଚଳିତ ଆର୍ଥିକ ବର୍ଷ ପାଇଁ Department of Tourism, Odisha ର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ କରିଲେ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।   ମୋଟ ୭୭୫ ଜଣ ତୀର୍ଥଯାତ୍ରୀଙ୍କ ସହ ୨୫ ଜଣ ଏସ୍କର୍ଟ୍‌ ଅଧିକାରୀ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ବରିଷ୍ଠ ନାଗରିକମାନଙ୍କର ତୀର୍ଥଯାତ୍ରା ଅଭିଳାଷ ପୂରଣ କରୁଥିବା ଏହି ଯୋଜନା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ IRCTC ସହଭାଗିତାରେ କାର୍ଯ୍ୟକାରୀ ହେଉଛି ।  ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ଭବ୍ୟ ସୁଯୋଗ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହା ସହ ଆଜିର ବ୍ରହ୍ମପୁର ଗସ୍ତ ଅବସରରେ ମା' ବୁଢ଼ୀ ଠାକୁାରାଣୀଙ୍କ ଦର୍ଶନ କରି ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ମା' ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଶକ୍ତିପୀଠର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି 

Post a Comment

Previous Post Next Post
Header ADS