ଖଣ୍ତପଡାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଉତ୍ସବ
ଖଣ୍ଡପଡ଼ା ୧୭|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହର ସମେତ ଆଖପାଖ ଗ୍ରାମରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଉତ୍ସବ ବୁଧବାର ପାଳିତ ହୋଇଯାଇଛି।ଖଣ୍ଡପଡ଼ା ପୂର୍ତ୍ତବିଭାଗ,ଜନସ୍ଵାସ୍ଥ୍ୟ ବିଭାଗ,ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ,ବିଦ୍ୟୁତ ବିଭାଗ ଓ ଅନ୍ଯ କାର୍ଯ୍ଯାଳୟରେ ବିଶ୍ବକର୍ମାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି।ସେହିପରି ଖଣ୍ଡପଡ଼ା ସହରର କାରିଗରି ସାହିରେ ମା ବ୍ରାହ୍ମଣିଦେବୀ ଯୁବକ ସଂଘ ପକ୍ଷରୁ ପ୍ରଭୁ ବିଶ୍ବକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି।ଏତଦବ୍ୟତୀତ ଖଣ୍ଡପଡ଼ା ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶ୍ବକର୍ମାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି।ବିଭିନ୍ନ ପୂଜାମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment