BREAKING
Loading...
:

ବାଙ୍କୀ ଏନ୍‌.ଏ.ସି କ୍ଷୁଦ୍ର ଉଦ୍ୟାନରେ ଶିଶୁ ଖେଳ ଉପକରଣ ଓ ବ୍ୟାୟାମ ସାମଗ୍ରୀ ସ୍ଥାପନ

 ବାଙ୍କୀ ଏନ୍‌.ଏ.ସି କ୍ଷୁଦ୍ର ଉଦ୍ୟାନରେ ଶିଶୁ ଖେଳ ଉପକରଣ ଓ ବ୍ୟାୟାମ ସାମଗ୍ରୀ ସ୍ଥାପନ 



ବାଙ୍କୀ, (ମାନସ ରଞ୍ଜନ ସାହୁ):ବାଙ୍କୀ ଏନ୍‌.ଏ.ସିର ବିଭିନ୍ନ ୱାର୍ଡରେ ଥିବା କ୍ଷୁଦ୍ର ଉଦ୍ୟାନରେ ପରିଷଦ ପକ୍ଷରୁ ଖେଳ ଉପକରଣ ଓ ବ୍ୟାୟାମ ଉପକରଣ ସ୍ଥାପନ କରାଯାଇଛି । ୱାର୍ଡ ନମ୍ବର ୧୪ ପଣସ ଚାନ୍ଦିନୀ ଠାରେ କ୍ଷୁଦ୍ର ଉଦ୍ୟାନରେ ଶିଶୁ କ୍ରୀଡା ସମାଗ୍ରୀକୁ ଆଜି ନଗରପାଳ ମାଣିକ ସାହୁ ନଡିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କାଉନସିଲର ସନାତନ ବେହେରା, ବିକଳ ଗୋଚ୍ଛି, ପଠାଣୀ ବେହେରା ଓ ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ୱାର୍ଡ ନମ୍ବର ୧୪ କାଉନସିିଲର ଚନ୍ଦନଗଣ୍ଠିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପାର୍କ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ଏତଦ୍‌ବ୍ୟତୀତ ୱାର୍ଡ ନମ୍ବର ୧୫ ଓ ୧୬ କ୍ଷୁଦ୍ର ଉଦ୍ୟାନରେ ଖେଳ ଉପକରଣ ସହ ଛୋଟ ପିଲାମାନଙ୍କୁ ନଗରପାଳ ମାଣିକ ସାହୁ ବିସ୍କୁଟ ବଣ୍ଟନ କରିଥିଲେ । ୱାର୍ଡ ନମ୍ବର ୩ ଡାକ୍ତର ଯୋଗେଶ ଚନ୍ଦ ରାଉତ କ୍ଷୁଦ୍ର ଉଦ୍ୟାନ ଓ ୱାର୍ଡ ନମ୍ବର ୪ ଓ ବାଙ୍କୀ ଥାନା ପରିସରରେ ଥିବା କ୍ଷୁଦ୍ର ଉଦ୍ୟାନରେ ବ୍ୟାୟାମ ଉପକରଣ ସ୍ଥାପନ କରାଯାଇଥିଲା । ୱାର୍ଡ ନମ୍ବର ୩ର କାଉନସିଲର ଅଶାନ୍ତି ରାଉତ ଓ ୱାର୍ଡ ନମ୍ବର ୪ର କାଉନସିଲର ସନାତନ ବେହେରା ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ ।  ଆଗାମୀ ଦିନରେ ଏନ୍‌.ଏ.ସିର ଅନ୍ୟ ୱାର୍ଡ ମାନଙ୍କରେ କ୍ଷୁଦ୍ର ଉଦ୍ୟାନ ଓ ସ୍ମାର୍ଟ ପାର୍କ ନିର୍ମାଣ କରାଯିବା ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯିବା ପାଇଁ ନଗରପାଳ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS