BREAKING
Loading...
:

ଅଧାରେ ଅଟକିଛି ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ,ଯାତ୍ରୀ ହନ୍ତସନ୍ତ

 ଅଧାରେ ଅଟକିଛି 

ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ,ଯାତ୍ରୀ ହନ୍ତସନ୍ତ



ଖଣ୍ଡପଡ଼ା ୨୦|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ତ୍ରିନାଥ ଛକରେ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣଧୀନ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା ନଜରକୁ ଆସୁଛି।ଗତ ୬ମାସ ତଳେ ଏହି ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲେ ହେଁ ଅବ୍ୟାବଧି ଯାତ୍ରୀ ବିଶ୍ରାମାଗାରଟି ଭୂଇଁରୁ ଉପରକୁ ଉଠି ପାରୁନଥିବା ଜଣାପଡିଛି।ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦାୟୀତ୍ବରେ ଥ‌ିବା ଠିକାଦାରଙ୍କ ମନମାନି ଓ ଏନଏସି କର୍ତ୍ତୃପକ୍ଷଙ୍କ  ଅଣଦେଖା ଯୋଗୁଁ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଆଗେଇ ପାରୁନଥିବା ବେଳେ ଏଥି ନିମନ୍ତେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଖରା ଓ ବର୍ଷାରେ ଯାତ୍ରୀମାନେ ରାସ୍ତା ପାର୍ଶ୍ବରେ ଦିର୍ଘ ସମୟ ଧରି ଛିଡା ହୋଇ ଯାତ୍ରୀବାହି ବସ ଯୋଗେ ଯାତାୟତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।ଏଥିପ୍ରତି ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି। ତେବେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ତଦାରଖ ଦାୟୀତ୍ବରେ ଥିବା ବରିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରେ ଅନୁଦାନ ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା ନେଇ ସେ ସୂଚନା ଦେଇଛନ୍ତି।ଏ ସଂର୍ପକରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଅନୁଦାନ ଅର୍ଥ ମିଳିବା ପରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ ବୋଲି  ବରିଷ୍ଠ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଠାରୁ ଜଣାପଡିଛି।

ମଣିଭଦ୍ରା ଖବର ଖଣ୍ଡପଡ଼ା,

Post a Comment

Previous Post Next Post
Header ADS