ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ
ଖଣ୍ଡପଡ଼ା ୨୦l୯( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) :
ଶୁକ୍ରବାର ଖଣ୍ଡପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଆୟୋଜିତ୧୧ ତମ ପ୍ରତିଷ୍ଠାତା ଦିବସ ପାଳିତ ହୋଇଯାଇଛି।
ଏ ଅବସରରେ ଅନୁଷ୍ଠାନ ର
ଅଧ୍ୟକ୍ଷା ଶୁଭ ଲକ୍ଷ୍ମୀ ସାହୁ ଙ୍କ ପୋୖରହିତ୍ୟରେ ଆୟୋଜିତ କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର ଶିକ୍ଷକ, ଶିକ୍ଷୟିତ୍ରୀ ଯଥାକ୍ରମେ ଶିକ୍ଷକ ବିଦ୍ୟାଧର ମହାରଣା,
ସ୍ନେହାଶିସ ଗିରି, ଲୁସି ପରିଡ଼ା,
ଅର୍ଚ୍ଚନା ସାମନ୍ତ, ସ୍ୱାଗତିକା କହଁର, ପ୍ରୀତି ରଞ୍ଜନ କଅଁର,ମନୋଜ କୁମାର ବିଶ୍ବାଳ, ଷୋୖଭାଗ୍ୟ ମହାରଣା, ଆଶିଷ କୁମାର ବିଶୋଇ, ଅବିନାଶ ସାହୁ,ସାନ୍ତନୁ ବେହେରା ପ୍ରମୁଖ ଯୋଗଦାନ ଦେଇ ପ୍ରଦୀପ ପ୍ରଜ୍ବଳନକରି କାର୍ଯ୍ୟ କ୍ରମକୁ ଉଦଘାଟନ କରି
ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ
ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କିପରି ଅଗ୍ରଣୀ ଭୂମିକା ଗ୍ରହଣ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ବିଶ୍ଲେଷା ଦାସ ଓ ଆୟାନା ମହାପାତ୍ର
କାର୍ଯ୍ୟ କ୍ରମରେ ସଂଯୋଜନା କରିଥିଲେ।ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ
ପ୍ରତିଯୋଗିତାର କୃତ୍ତି ପୁରସ୍କାର
ବିତରଣ କରାଯାଇଥିଲା। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment