BREAKING
Loading...
:

ଦିବ୍ୟାଙ୍ଗ ମେଳା ପାଇଁ ଆସିଥିବା ଟିଫିନ ନ ଦେବା ସେପଟେ ନିମ୍ନ ମାନ ର ମିଲ ଧରାଇ ସରକାରୀ ଅର୍ଥ ଚଳୁ

 ଦିବ୍ୟାଙ୍ଗ ମେଳା ପାଇଁ ଆସିଥିବା  ଟିଫିନ ନ ଦେବା ସେପଟେ ନିମ୍ନ ମାନ ର ମିଲ ଧରାଇ ସରକାରୀ ଅର୍ଥ ଚଳୁ 



ବାଙ୍କୀ,21/9(ମାନସ ରଞ୍ଜନ ସାହୁ):ବାଙ୍କ-ଡମପଡା ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଦିବ୍ୟାଙ୍ଗ ପିଲାଙ୍କ ମୂଲ୍ୟାଙ୍କନ ଅନ୍ୟପଟେ ଉପକରଣ ବଣ୍ଟନ. ଏହା ପାଇଁ ଯେଉଁ ଅନୁସଙ୍ଗୀଙ୍କ ବ୍ୟବସ୍ଥା ସରକାର କରିଛନ୍ତି ଅର୍ଥାତ ପ୍ରତ୍ୟକ ଟି ଦିବ୍ୟାଙ୍ଗ ପିଲା ଙ୍କ ପାଇଁ ଯେଉଁ ଖାଦ୍ୟ ପେୟ ର ବ୍ୟବସ୍ଥା ପାଇଁ ଗୋଟିଏ ଦିବ୍ୟାଙ୍ଗ ପିଲା ଙ୍କ ପିଛା ଦୁଇ ପ୍ରହର ମିଲ ବାବଦ କୁ ୧ ଶହ ଟଙ୍କା ଅନ୍ୟପଟେ ସକାଳ ଟିଫିନ ପାଇଁ ୨0 ଟଙ୍କା ର ଖର୍ଚ୍ଚ ପାଇଁ ସରକାରୀ ଅର୍ଥ ଆସିଛି. କିନ୍ତୁ ବିଶେଷ ସୂତ୍ର ରୁ ସୂଚନା ଆସିଛି ଦିବ୍ୟାଙ୍ଗ ଙ୍କ ପାଇଁ ଆସିଥିବା ଜଳପାନ ର ଅର୍ଥ କୁ ହରିଲୁଟ କରାଯାଇଛି. ଯଦି ଏହା ସତ୍ୟ ତାହେଲେ ସାଙ୍ଘାତିକ. ଶୁଣିବାକୁ ମିଳୁଛି ସକାଳ ସମୟ ର ଟିଫିନ ପାଇଁ ଯେଉଁ ୨0 ଟଙ୍କା ସରକାର ମଂଜୁରୀ ଦେଇଛନ୍ତି ସେଠି ଦିବ୍ୟାଙ୍ଗ ଙ୍କୁ ଟିଫିନ ହିଁ ଦିଆଯାଇଛି. ସେପଟେ ମାଧ୍ୟାନ୍ନ ଭୋଜନ ପାଇଁ ଯେଉଁ ଅର୍ଥ ବ୍ୟୟବରାଦ କରାଯାଇଥିଲା ଯାହା ରହିଥିବା ମୂଲ୍ୟ ୧ ଶହ ଟଙ୍କା ସେଥିରେ ମଧ୍ୟ ଲୁଟ ହୋଇଛି. ନିମ୍ନ ମାନର ଖାଦ୍ୟ ଅର୍ଥାତ ୬0 ଟଙ୍କିଆ ମିଲ ଦେଇ ହରିଲୁଟ କରିଛନ୍ତି ବାବୁ ୪0 ଟଙ୍କା. ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଯଦି ପ୍ରଶାସନିକ ଅଧକାରୀ ଚାହିଁବେ ତେବେ ବିଶେଷ ସୂତ୍ର ରୁ ଯାହା ଜଣା ପଡିଛି ଡମପଡା ବ୍ଲକ ମଧ୍ୟରେ ରହିଥିବା କାଫେ ସେଣ୍ଟରୁ ସମସ୍ତ ୨ ପ୍ରହର ର ଖାଦ୍ୟ ଅଣା ଯାଇଛି. ଏହି ଦିବ୍ୟାଙ୍କ ପିଲା ମାନଙ୍କ ପାଇଁ. ତାର ମଧ୍ୟ ଯାଞ୍ଚ କରାଯାଉ. ଏହି ଭଳି ଯଦି ୩ ଦିନ ର କାର୍ଯ୍ୟକ୍ରମ. ଏହାକୁ ହିସାବ କରାଯାଏ ଦିବ୍ୟାଙ୍ଗ ପିଲାଙ୍କ ମୂଲ୍ୟାଙ୍କନ ଅନ୍ୟପଟେ ଉପକରଣ ବଣ୍ଟନ ସେପଟେ ଦିବ୍ୟାଙ୍କ ଅବିଭାବକ ଙ୍କ ପାଇଁ ସଚେତନତା ପ୍ରଶିକ୍ଷଣ ବାବଦ ରେ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ସରକାର ଏଥିରୁ ଯଦି ମିଲ ଓ ଟିଫିନ ବାବଦ ରେ ଏହି ଭଳି ଖାଦ୍ୟ ନିମ୍ନ ମାନ ର ଦେଇ ଅନ୍ୟପଟେ ସକାଳ ଟିଫିନ ନ ଦେଇ ସରକାରୀ ଅର୍ଥ ବାବୁ ଲୁଟି ଛନ୍ତି. ତେବେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଭିତରେ କେଉଁ ଭଳି ଲୁଟ ହୋଇଥାଇ ପାରେ. ଶୁଣିବାକୁ ମିଳୁଛି ଏ ସବୁର ଦାଇତ୍ୱ ଜଣେ ବି ଆର ସି ସି ନେଇଛନ୍ତି.ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଲା.                                          ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ...

Post a Comment

Previous Post Next Post
Header ADS