ଚାଲିଛି ନବରାତ୍ର ପୂଜା,ଉତ୍ସବମୁଖର ଶକ୍ତିପୀଠ
ଖଣ୍ଡପଡ଼ା ୨୩|୯(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ପାର୍ବଣ ଋତୁ ଅବସରରେ ଉତ୍ସବମୁଖର ହୋଇ ଉଠିଛି ଖଣ୍ଡପଡ଼ା ଅଞ୍ଚଳର ପ୍ରମୁଖ ଶକ୍ତିପୀଠ ଗୁଡିକ। ସବୁ ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାରରେ ନବରାତ୍ର ପୂଜା। ପବିତ୍ର ମୂଳାଷ୍ଟମୀ ଠାରୁ ଦେବୀଙ୍କ ନିକଟରେ ଷୋଳ ଦିନାତ୍ମକ ପୂଜାପାଠ ଆରମ୍ଭ ହୋଇଥିବା ବେଳେ ଏବେ ନବ ଦିନାତ୍ମକ ପୂଜାପାଠ ଆରମ୍ଭ ହୋଇଛି।ଖଣ୍ଡପଡ଼ା ସହରର ଆରାଧ୍ଯ ମା ଉମାଦେବୀଙ୍କ ପୀଠ,ମା ବାଉରୀ ଠାକୁରାଣୀଙ୍କ ପୀଠ,ମା ପାଟ୍ଟଚଣ୍ତୀଙ୍କ ପୀଠ, ମା ଡୁମାଳୁଣୀଙ୍କ ପୀଠ, ମା ବାହାଡାଶୁଣୀଙ୍କ ପୀଠ, ମା କୁକୁଟାଶୁଣିଙ୍କ ପୀଠ,ମା ଡକେଇଶୁଣୀଙ୍କ ପୀଠ, ମା ବେଲେଇଶୁଣୀଙ୍କ ପୀଠ,ମା ସପ୍ତଭାୟା ପୀଠ ସମେତ ଅନ୍ଯାନ୍ଯ ଶକ୍ତିପୀଠ ଗୁଡିକରେ ହୋମଯଜ୍ଞ,ପୂଜାପାଠ ଆଦି ମାଙ୍ଗଳିକ କାର୍ଯ୍ୟ ପାରମ୍ପରିକ ପ୍ରଥାନୁଯାୟୀ ଚାଲୁ ରହିଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق