BREAKING
Loading...
:

ହଜିଯିବାକୁ ବସିଛି ଖଣ୍ଡପଡ଼ାର ପ୍ରସିଦ୍ଧ ଲୋକକଳା ‘ଢୁମ୍ପା ସଙ୍ଗୀତ’

 ହଜିଯିବାକୁ ବସିଛି ଖଣ୍ଡପଡ଼ାର ପ୍ରସିଦ୍ଧ ଲୋକକଳା ‘ଢୁମ୍ପା ସଙ୍ଗୀତ’



ଖଣ୍ଡପଡ଼ା ୨୨|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ଗଡଜାତ ଖଣ୍ଡପଡ଼ା ଅଞ୍ଚଳରେ ଏକଦା ପ୍ରସିଦ୍ଧି ଲାଭକରିଥିବା ଲୋକପ୍ରିୟ ଲୋକକଳା 'ଢୁମ୍ପା ସଙ୍ଗୀତ' ଏବେ ଜନମାନସରୁ ହଜିଯିବାକୁ ବସିଛି। ରାଜରାଜୁଡା ଅମଳରୁ ଗଡଜାତ ଖଣ୍ଡପଡ଼ାରେ ଏହି ଲୋକକଳା ପ୍ରଚଳିତ ହୋଇଆସୁଛି। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏଭଳି ଲୋକକଳା 'ଢୁମ୍ପା ସଙ୍ଗୀତ' ଦେଖିବାକୁ ମିଳୁ ନଥିବା ବେଳେ ସମଗ୍ର ରାଜ୍ୟରେ ପ୍ରଚଳିତ ବିଭିନ୍ନ ପ୍ରକାରର ଲୋକକଳା ମଧ୍ୟରେ ଖଣ୍ଡପଡ଼ା ଢୁମ୍ପା ସଙ୍ଗୀତର ସ୍ବତନ୍ତ୍ର ଆଦର ଓ ପରିଚୟ ରହିଛି।ରାଜ୍ୟ ଓ ରାଜ୍ୟ ବାହାରେ ଖଣ୍ଡପଡ଼ା ଅଞ୍ଚଳର କଳାକାରମାନେ ଏକଦା ଢୁମ୍ପା ସଙ୍ଗୀତ ପରିବେଷଣ କରି ବେଶ ପ୍ରଶଂସା ସାଉଁଟିଥିବା ଜଣାପଡିଛି। ସୁଦୁର      କଲକାତା, ଆନ୍ଧ୍ରପ୍ରଦେଶ ଓ ପଡୋଶୀ ରାଜ୍ୟ ଛତିଶଗଡରେ ଖଣ୍ଡପଡ଼ାର କଳାକାରମାନେ ଏହି ସଙ୍ଗୀତ ବହୁବାର ପରିବେଷଣ କରିଥିବାର ନଜିର ରହିଛି।ତେବେ ଏହି ଧରଣର ଲୋକକଳାକୁ ଭବିଷ୍ୟତ ପୀଢି ପାଇଁ ବଞ୍ଚାଇ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ, ରାଜ୍ଯ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ଉଦ୍ୟମ ଆରମ୍ଭ ନହେବା ଦୁଃଖର ବିଷୟ ଅଟେ। ଖଣ୍ଡପଡ଼ା ଅଞ୍ଚଳର କିଛି ପୁରୁଖା ବ୍ୟକ୍ତି ଓ ଯୁବଗୋଷ୍ଠୀ କେବେ କେମିତି ବିଭିନ୍ନ ସ୍ଥାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି 'ଢୁମ୍ପା ସଙ୍ଗୀତ' ପରିବେଷଣ କରି ଆସୁଛନ୍ତି। ରାଧାକୃଷ୍ଣଙ୍କ ପ୍ରେମ ଓ ଶୃଙ୍ଗାର ରସ ଉପରେ ସମସ୍ତ ଢୁମ୍ପା ସଙ୍ଗୀତ ଆଧାରିତ ହୋଇଥାଏ। ଏହି ସଙ୍ଗୀତରେ ବାଦ୍ୟଯନ୍ତ୍ର ଭାବେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଭେଣ୍ତିଆ ମର୍ଦ୍ଦନ ଗଛର ଗଣ୍ଡିକୁ ଏକ ସ୍ବତନ୍ତ୍ର ଉପାୟରେ ସଂଗ୍ରହ କରାଯାଇ ବ୍ୟବହାର କରାଯାଇଥାଏ। ଏବେ ଏହି

ଗଛ ପ୍ରାୟତଃ ସଂରକ୍ଷିତ

ଜଙ୍ଗଲରେ ବିଲୁପ୍ତ ହେବାକୁ ବସିଛି। ଏହାର ସ୍ବତନ୍ତ୍ରତା ହେଲା ଲୋକଗୀତ ସହ ତାଳଦେଇ ଗଛର ଗଣ୍ଡିକୁ ଦୁଇ ପାର୍ଶ୍ବରେ ବସିଥ‌ିବା ବ୍ୟକ୍ତି କାଠି ସହାଯତାରେ ବଜାଉଥିବା ବେଳେ

ଜଣେ ପେଟୁଆ ବ୍ୟକ୍ତି ମଝିରେ ବସି

ରହି 'ଢୁମ୍ପା' କୁ ପେଟରେ ବାଡ଼ଉଥିବା ଦୃଶ୍ୟ ବେଶ ଉପଭୋଗ୍ୟ ଅଟେ। ବିଲୁପ୍ତର ଦ୍ବାର ଦେଶରେ ପହଞ୍ଚିଥ‌ିବା ଏହି ଲୋକକଳାକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ,ଜିଲା ପ୍ରଶାସନ

ଦୃଷ୍ଟିଦେବାକୁ ଖଣ୍ଡପଡ଼ା ଅଞ୍ଚଳର ବହୁ କଳାପ୍ରେମୀ ଜନସାଧାରଣ ଦାବି

କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS