BREAKING
Loading...
:

ଶିଶୁ ସୁରକ୍ଷା ଓ ନାରୀ ସଶକ୍ତିକରଣ ସଚେତନତା ଶିବିର

 ଶିଶୁ ସୁରକ୍ଷା ଓ ନାରୀ ସଶକ୍ତିକରଣ ସଚେତନତା ଶିବିର 



୨୩/୯/୨୫, ଦଶପଲ୍ଲା : -  

ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ର ଉପର ଡିକିରି ଓ ଖମାରସାହି ଗ୍ରାମ ପଞ୍ଚାୟତର ଅରାସାହି ଗ୍ରାମରେ ଆଶା କର୍ମୀ,ଅଙ୍ଗନୱାଡି କର୍ମୀ, ଗ୍ରାମ୍ୟ ମହିଳା ଓ ଶିଶୁ ମାନଙ୍କୁ ନେଇ ଶିଶୁ ମାନଙ୍କ ସୁରକ୍ଷା, ସେମାନଙ୍କ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁଷମ ଖାଦ୍ୟ ସହିତ ଗ୍ରାମର ବିକାଶ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଓ ଅଧିକାର ବିଷୟରେ ଗୋଷ୍ଠୀ ଭିତ୍ତିକ ସଚେତନତା ସଭା ଅଧିକାର ମିତ୍ର ଶ୍ରୀମତୀ ବବିତା ନାୟକ ଓ ପ୍ରତିମା ପ୍ରଧାନଙ୍କ ଅୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଟାଟା ସ୍ଵେଚ୍ଛାସେବୀ ସପ୍ତାହ ପାଳନ ଅବସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରକଳ୍ପ ଅଧିକାର ଦ୍ଵାରା ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ପଛୁଆ ଅବହେଳିତ ପଞ୍ଚାୟତରେ ଏ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଆସୁଅଛି। ଆଦିମ ଜନଜାତି ମାନଙ୍କ ଜୀବନ ଜୀବିକା, ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ,ଜଙ୍ଗଲ,ପରିବେଶ ଓ ପରିମଳ ସୁରକ୍ଷା, ନାରୀ ସଶକ୍ତିକରଣ ତଥା ଶିଶୁ ଓ ମହିଳା ମାନଙ୍କ କଲ୍ୟାଣ ଇତ୍ୟାଦି ବିଷୟରେ ଗ୍ରାମ ଗୋଷ୍ଠୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏ ଅଭିଯାନର ମୂଳ ଲକ୍ଷ୍ୟ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS