BREAKING
Loading...
:

ବ୍ରହ୍ମପୁରାରେ ରକ୍ତଦାନ ଶିବିର

 ବ୍ରହ୍ମପୁରାରେ ରକ୍ତଦାନ ଶିବିର



ବାଙ୍କୀ,(ମାନସ ରଞ୍ଜନ ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ କରାଯାଉଥିବା 'ସେବା ପକ୍ଷ' ଅବକାଶରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁରା ମଣ୍ଡଳରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ(ବୁଲୁ) ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରକୁ ମଣ୍ଡଳ ସଭାପତି ବିଜୟ ବରାଡ଼,ସାଧାରଣ ସଂପାଦକ ସତ୍ୟଜିତ ରାଉତରାୟ,ପ୍ରଦେଶ ଦାସ, ରବି ରାଉତ,କବି ବିକ୍ରମାଦିତ୍ୟ ନାୟକ,ରିତୁ ରଞ୍ଜନ ରାଉତ,ସୁଶାନ୍ତ ପ୍ରଧାନ,ଗୋବିନ୍ଦ ସେନାପତି,ଜିତେନ ଧଳ,ପୂର୍ବତନ ସରପଞ୍ଚ ପ୍ରମୋଦ ପଣ୍ଡା,ରାଧାମଣି ଜେନା,ଶକୁନ୍ତଳା ଜେଠି,ନମିତା ମିଶ୍ର ପ୍ରଭୃତି ପରିଚାଳନା କରିଥିଲେ । ଶିବିରରୁ ସର୍ବମୋଟ ୯୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS