ଦୃଢ଼ ମନୋବଳ ହିଁ ସଫଳତା ର ଚାବିକାଠି,
୧୯ ବର୍ଷ ରୁ ସିବିଏସ ଇ ଜାତୀୟ କ୍ରୀକେଟ ଦଳରେ
କୁମାର ଆରିୟନ ଅଂଶ ଗ୍ରହଣ ପାଇଁ ଦିଲ୍ଲୀ ଗଲେ ପୂର୍ବ ଭାରତ କ୍ରିକେଟ ଦଳ।
ଖଣ୍ଡପଡ଼ା ୧୮/୦୯( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):- ଆଗ୍ରହ ଓ ଇଛାଶକ୍ତି ହିଁ ସଫଳତା ଚାବିକାଠି। ଏକଥା କୁ ପ୍ରମାଣିତ କରିଦେଖାଛନ୍ତି ନୟାଗଡ଼ ଜିଲ୍ଲା, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଗାଁର ବିଶିଷ୍ଟ ସାମାଜିକ କର୍ମୀ ପୂର୍ବ ତନ ସାଇକେଲ ଫିଟ୍ର ସ୍ବର୍ଗତ ଧୃବ ମହାରଣା ଙ୍କ ପଣନାତୀ କୁମାର ଆରୀୟନ। ଜେଜେବାପା ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁ, ଜେଜେମା ଜୟନ୍ତୀ ସାହୁ ଙ୍କ ପ୍ରେରଣା ତଥା ନିଜର ପ୍ରଚେଷ୍ଟା ବଳରେ ସେ ଆଜି ୧୯ ବର୍ଷ ବୟସରୁ କମ ପୂର୍ବ ଭାରତ ( ଇଷ୍ଟ ଜୋନ) ନଂ -୧ ଦଳ ରେ ସାମିଲ ହେବାର ସୈାଭାଗ୍ୟ ଅର୍ଜନ କରି ପାରିଛନ୍ତି।
ଓଡ଼ିଶାର ୪ ଜଣଙ୍କ ମଧ୍ୟରୁ ୧୮ ଜଣିଆ (ସିବି ଏସଇ ସ୍କୁଲ) ଅଧି ନାୟକତ୍ବ କରିବା ସହ କ୍ୟାପଟେନ ହେବାର ଗୌରବ ହାସଲ କରିଥିବା ଆରୀୟନ ଗତ ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଅଷ୍ଟ୍ରେ ପବ୍ଲିକ ସ୍କୁଲ ଗ୍ରେଟ୍ ନୋଇଡା ରେ ହେଉଥିବା ପୂର୍ବ ଭାରତ। ଜାତୀୟ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ରେ ଯୋଗଦାନ କରି ଥିବା ଜଣାପଡିଛି।୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ୬ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତା ରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ୯ ଟି କ୍ରିକେଟ ଟିମ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଥାଉକି ଭୂବନେଶ୍ଵରସ୍ଥିତ ମଦର୍ଷ ପବ୍ଲିକ ସ୍କୁଲ ର ଯୁକ୍ତ ଦୁଇ ଅଧ୍ୟୟନରତ ଆରିୟନ, ପିଲାଟି ଦିନରୁ କ୍ରିକେଟ ଖେଳ ପ୍ରତି ଋଚି ରଖିଥିବା ବେଳେ ଭୂବନେଶ୍ଵର ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ରେ ୯ମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ବେଳେ ମାଁ ଅଧ୍ୟାପିକା ଡ଼, ବର୍ଣ୍ଣାଳୀ ସାହୁ ଓ ବାପା ପୂର୍ବ ତନ ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୂଖ୍ୟ ପ୍ରବନ୍ଧକ ଜୟପ୍ରକାଶ ସାହୁଙ୍କ ପ୍ରେରଣା କ୍ରମେ ଭୁବନେଶ୍ଵରପାରାମାଁଉଣ୍ଟ ସ୍ପୋଟିଙ୍ଗ ରେ ଖେଳ ଅଭ୍ୟାସ ପାଇଁ ଯୋଗଦେଇଥିଲେ ବିଭିନ୍ନ ଅଭ୍ୟାସ ମ୍ୟାଚ ରେ ଓପନିଙ୍ଗ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ଖେଳ ଓଡ଼ିଶା ଦଳ ର ଚୟନ କର୍ତ୍ତା କୁ ପ୍ରଭାବିତ କରିଥିଲା। ଯେଉଁଥିପାଇଁ ତାଙ୍କୁ ଏହି ଦଳରେ ସୁଯୋଗ ମିଳିଥିଲା। ଗତ୧୦୨୨ ନଭେମ୍ବର ମାସ ଓଡ଼ିଶା ଦଳ ରେ ସ୍ଥାନ ପାଇଥିବା ୧୫ ଜଣ ଙ୍କ ମଧ୍ୟରେ ଆରିୟନ ଥିଲେ ଅନ୍ୟତମ। ସିବିଏସିଇ ଜାତୀୟ କ୍ରିକେଟ ଦଳ ରେ ସୁଯୋଗ ପାଇଥିବାରୁ ବେଶ ଖୁସି ଥିବା ଆରିୟନ ଆଗକୁ ଦେଶ ପାଇଁ ପ୍ରତିନିଧିତ୍ଵ କରିବା ପାଇଁ ଆଶା ରଖିଛନ୍ତି। ଦୃଢ଼ ମନୋବଳ ହିଁ ସଫଳତାର ଚାବିକାଠି ବୋଲି ବିଶ୍ୱାସ ରଖିଛନ୍ତି। ସୁଚନା ଯୋଗ୍ୟ ଯେ ଗତ ୨୦୨୨ ଡିସେମ୍ବର ୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୁଜରାଟର ସୂରଟରେ ହୋଇ ଥିବା ୧୬ ବର୍ଷ ରୁ କମ ବାଳକ 'ବିଜୟ ମର୍ଚ୍ଚାଟ'କ୍ରିକେଟଟୃର୍ଣ୍ଣାମେଣ୍ଟ ।। ସେ ଓଡ଼ିଶା ଖେଳାଳୀଙ୍କ ମଧ୍ୟରେ ସାମିଲ ହୋଇ ଓ ସପୋର୍ଟ ଷ୍ଟାପ ସୁରତ ଜାତ୍ରା କରି ଥିଲେ। କୁମାର ଆରିୟନ ଏବେ ସିବିଏସିଇ( ସ୍କୁଲ) ଭାରତୀୟ ଜାତୀୟ ଦଳ ରେ ସ୍ଥାନ ପାଇଥିବାରୁ ତାଙ୍କ ଅଜା ସାମ୍ବାଦିକ ଗୋରଖ ନାଥ ସାହୁ ଖୁସି ଅନୁଭବ କରିବା ସହ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଗ୍ରାମ ବାସି ଙ୍କ ପାଇଁ ଗୋୖରବ ବୋଲି ମତପ୍ରକାଶ କରିଛନ୍ତି। ଏହି ଅବସରରେ ସ୍ଥାନୀୟ କଣ୍ଟିଲୋ ବାସି ଙ୍କ ମଧ୍ୟରେ ଆରିୟନ ପାଇଁ ଓ ସୁଭେତ୍ସା ନେଇ ତାଙ୍କ ବାସଭବନରେ ଗହଳି ଦେଖିବାକୁ ମିଳିଛି।
ଖଣ୍ଡପଡ଼ା ରିପୋର୍ଟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଖଣ୍ଡପଡ଼ା
Post a Comment