ବ୍ରହ୍ମପୁର ;-, ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବ୍ରହ୍ମପୁରରେ NIPER ପ୍ରତିଷ୍ଠା ଦାବୀ ନେଇ,ସ୍ଥାନୀୟ ହିଲପାଟଣା ଗଣେଶ ମନ୍ଦିର ନିକଟରୁ ବିଶାଳ ପଦଯାତ୍ରା ବାହାରି ମେଡିକାଲ ଛକ ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଅଫିସରେ ପହଁଞ୍ଚି, ଆରଡ଼ିସି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଅ ଯାଇଥିଲା l କାର୍ଯ୍ୟକ୍ରମରେ ବ୍ରହ୍ମପୁରରେ ଥିବା ରୋଲଣ୍ଡ,ରୟାଲ, ଶିବାନନ୍ଦ,ଓମ୍ ସାଇ ପ୍ରଭୁତି ଫର୍ମାସୀ କଲେଜର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମତେ ବ୍ରହ୍ମପୁରର ଅଗ୍ରଣୀ ସଂସ୍ଥା ଓ.ଡ଼ି.ଏଫ, ପ୍ରଗତିଶୀଳ ଉତ୍କଳ ସମାଜ ପ୍ରମୁଖ ସଂଗଠନ ଯୋଗଦେଇ ଫାର୍ମାସି ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁରର ଗୁରୁତ୍ୱକୁ ଅନୁଭବ କରି, ଏଠାରେ "ନାଇପର" ପ୍ରତିଷ୍ଠା ପାଇଁ ଦାବୀ କରିଥିଲେ l
ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ସରୋଜ ପଟ୍ଟନାୟକ,ଭି, ସୋମେଶ୍ୱର ରାଓ,ସଂଜୀବ କୁମାର ସୁବୁଦ୍ଧି, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରିତିଶ ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ରଥ, ପ୍ରବୀଣ ପଟ୍ଟନାୟକ, ମାନସ ପାତ୍ର, ଅଶୋକ ଦଳାଇ,ଦେବବ୍ରତ ଦେବ, ସୂର୍ଯ୍ୟ ନାରାୟଣ ବେହେରା, ବିନୋଦ ଠାକୁର, ରମେଶ କୁମାର ସାହୁ,ଡ଼ି କେଶବ ରାଓ,ନୀଳମାଧଵ ପାତ୍ର, କେଦାର ପଣ୍ଡା, ସିରିନି ତମ୍ମନା,ମହେଶ୍ୱର ବାଡ଼ତିଆ, ବାସୁଦେବ ପଣ୍ଡା ପ୍ରମୁଖ ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment