BREAKING
Loading...
:

ଗୋପାଳପୁର ନିର୍ବାଚନ ମଣ୍ଡଳୀର ଚାଷୀ ଙ୍କ ସମସ୍ୟା ଓ ସାର ବଣ୍ଟନ ଉପରେ ସମୀକ୍ଷା ବୈଠକ

 ଗୋପାଳପୁର ନିର୍ବାଚନ ମଣ୍ଡଳୀର ଚାଷୀ ଙ୍କ ସମସ୍ୟା ଓ ସାର ବଣ୍ଟନ ଉପରେ ସମୀକ୍ଷା ବୈଠକ 



ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକର ଚାଷୀମାନଙ୍କର ସମସ୍ୟା ଓ ସାର ବିକ୍ରୟର ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ସମବାୟ ସମିତି ସଭାପତି, ସମ୍ପାଦକ ମାନେ ନିଜ ନିଜ ସମବାୟ ସଂସ୍ଥା ର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତଥା କେତେକ ପାକ୍ସ ରେ ଜାଗା ନ ଥିବା ଯୋଗୁଁ ସ୍ଥାୟୀ କାର୍ଯ୍ୟାଳୟ ତଥା ଗୋଦାମ ଗୃହ ନିର୍ମାଣ ହୋଇ ପାରୁ ନାହିଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେତେକ ସଭାପତି, ସମ୍ପାଦକ। ମନ୍ତ୍ରୀ ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ତୁରନ୍ତ ଜାଗା ଜମି ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଅଧିକାଂଶ ସମବାୟ ସଂସ୍ଥା ର ଗୃହ ଅତି ପୂରାତନ ଥିବା ଯୋଗୁଁ ଏହାର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଥିଲା ଏବଂ ଖାଲି ପଡ଼ିଥିବା ପାକ୍ସ ସମ୍ପାଦକ ନଥିବା ଯୋଗୁଁ ଅସୁବିଧା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସଂପର୍କରେ ମନ୍ତ୍ରୀ ଉପସ୍ଥିତ ଥିବା ସହକାରୀ ସମବାୟ ଅଧିକାରୀ ଙ୍କୁ ୭ଦିନ ମଧ୍ୟରେ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମନ୍ତ୍ରୀ ପାକ୍ସ ୱାରୀ କେତେ ସାର ଆବଶ୍ୟକ ଏକ ତାଲିକା ପ୍ରସ୍ତୁତ କରି ଉପସ୍ଥିତ ଥିବା ଜିଲ୍ଲା କୃଷି ଅଧିକାରୀ ଙ୍କୁ ତୁରନ୍ତ ଯୋଗାଣ ନିମନ୍ତେ ପରାମର୍ଶ ଦେଇଥିଲେ।  ୯୯୯ ମେଟ୍ରିକ୍ ଟନ ସାର ୨୯ ଟି ସମବାୟ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ସାରିଛି । ଯେଁଉ ବ୍ୟକ୍ତି କିମ୍ବା ଅଧିକାରୀ ସାରରେ ହେରପାର କରନ୍ତି , ତାଙ୍କ ଉପରେ  ସରକାର ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ସମସ୍ତ ସଭାପତି, ସମ୍ପାଦକ ସ୍ଥାନୀୟ ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପଞ୍ଜୀକୃତ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର, ସହକାରୀ ସମବାୟ ଅଧିକାରୀ ଦେବାଶିଷ ସ୍ୱାଇଁ, ସହକାରୀ କୃଷି ଅଧିକାରୀ ରଙ୍ଗେଇଲୁଣ୍ଡା ବ୍ଲକ କିଶୋର କୁମାର ସେଠୀ ଓ ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ, ସମବାୟ ସମିତି ସଭାପତି, ସମ୍ପାଦକ, ବରିଷ୍ଠ କର୍ମକର୍ତ୍ତା ଓ ଅନ୍ୟ ମାନେ ଯୋଗ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS