କଂଗ୍ରେସର ସଂଗଠନ ସୃଜନ ଅଭିଯାନ କ୍ରମରେ ସାଧାରଣ କର୍ମୀ ଙ୍କ ସମ୍ମିଳନୀ।
ଏ ଆଇ ସି ସି ପର୍ଯ୍ୟବେକ୍ଷକ ଶ୍ରେୟସ ଏମ୍ ପଟେଲ ଙ୍କ ଯୋଗଦାନ।
ନୀଳଗିରି, -:ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧୀନ ନୀଳଗିରି ଡାକ ବଙ୍ଗଳା ପରିସରରେ ସଂଗଠନ ସୃଜନ ଅଭିଯାନ କ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଶ୍ରେୟସ୍ ଏମ୍ ପଟେଲ୍ , ଏ ଆଇ ସି ସି ପର୍ଯ୍ୟବେକ୍ଷକତଥା କର୍ଣ୍ଣାଟକ ଏମ୍ ପି , ହସନ୍ ଯୋଗ ଦେଇଥିଲେ । ତାଙ୍କ ସହିତ ପି ସି ସି ପର୍ଯ୍ୟବେକ୍ଷକରବୀନ୍ଦ୍ର ମଲ୍ଲିକ, ବିପ୍ଳବ ଚୌଧୁରୀ , ସୌମ୍ୟ ଗୋପାଲ ନାୟକ ଯୋଗ ଦେଇଥିବା ବେଳେ ବାଲେଶ୍ଵର କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ ଉକ୍ତ କର୍ମୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସଙ୍ଗଠନ ସୃଜନ ଅଭିଯାନଟି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁ ରହିଛି। ଜିଲ୍ଲା ସଭାପତି ଚୟନ ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି ବ୍ଲକ୍, ଔପଦା ବ୍ଲକ୍ , ବାହାନଗାର ପାଞ୍ଚଟି ପଞ୍ଚାୟତ ତଥା ନୀଳଗିରି ଏନ ଏ ସି ର ୧୩ ଟି ୱାର୍ଡର ନେତା ଓ କର୍ମୀ ଙ୍କ ସହିତ ଶ୍ରୀ ପଟେଲ୍ ଏକ ରୁଦ୍ଧ ଦ୍ଵାର ବୈଠକରେ ମତାମତ ବିନିମୟ କରିଥିଲେ। ଉକ୍ତ ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ବୈ ଠକ ମୁଖ୍ୟ ଉଦ୍ଦେଶ୍ୟ ତୃଣମୂଳ ସ୍ତରରୁ କର୍ମୀ ଓ ନେତାଙ୍କ ମତ ନେଇ ଜିଲ୍ଲା ସଭାପତି ସ୍ବଚ୍ଛ ଭାବେ ଚୟନ କରିବା ପାଇଁ କେନ୍ଦ୍ରୀୟ ନେତ୍ରୁ ବର୍ଗଙ୍କୁ ଅବଗତ କରାଇବା । ତେବେ ଏହି ସମ୍ମିଳନୀ ରେ ନୀଳଗିରି ର ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଦସ୍ୟ ସମରେନ୍ଦ୍ର ଦାସ , ସଦାଶିବ ରଥ ,ଦିପ୍ତିକାନ୍ତ ମହାପାତ୍ର , ଏବଂ ଯୁବନେତା ଙ୍କ ମଧ୍ୟରେ ଆଶିଷ ପଟ୍ଟନାୟକ , ଯୋଗେଶ୍ୱର ବେହେରା , ଇଂ ରଞ୍ଜନ ଦାସ , ବିଶ୍ଵନାଥ ଦାସ ,ତପନ ରାଉତ , ଗଦାଧର ପରିଡା , ଉପେନ୍ଦ୍ର ନାୟକ , ପ୍ରକାଶ ଚୌଧୁରୀ , ବିଜୟ ଗିରି , ନୟନ ଦାଶ , ରାଧେଶ୍ୟାମ ଦାସ , ପ୍ରଦୀପ ବେହେରା , ମନୋରଞ୍ଜନ ପଣ୍ଡା , ଶ୍ରୀଧର ବେହେରା, ଶୈଳନ୍ଦ୍ର ପଣ୍ଡା ପ୍ରମୁଖ ବ ପଞ୍ଚାୟତର ତୃଣମୂଳ ସ୍ତରର କର୍ମୀମାନେ ଯୋଗଦେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଙ୍କ ନିକଟରେ ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ।ଏଥିରେ
ଯୁବନେତା ଆଶିଷ ପଟ୍ଟନାୟକ ଆଗାମୀ ୨୦୨୯ ନିର୍ବାଚନ ରେ
ନୀଳଗିରି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ
ନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି ମତ ଦେଇଥିଲେ ତେବେ ଆଜିଠାରୁ ନୀଳଗିରି କଂଗ୍ରେସ କର୍ମୀ ଙ୍କ ମନ ରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment