BREAKING
Loading...
:

ଦୂର ହେଲେ ଅଜ୍ଞତା - ଦୂର ହେବ ଗରିବୀ

 ଦୂର ହେଲେ ଅଜ୍ଞତା - ଦୂର ହେବ ଗରିବୀ 



ଦଶପଲ୍ଲା : - ୨୧/୮ ( ଶିବାନୀ ଦୀପାଞ୍ଜଳୀ) 

ଶ୍ରୀମତୀ ରେବତୀ ବେହେରା, ସ୍ଵାମୀ-  ବାନାମ୍ୱର ବେହେରା,ବୟସ - ୪୮,ଗ୍ରାମ - ଦୁଡା ଓ ଗ୍ରାମ ପଞ୍ଚାୟତ ଦୁଡ଼ା ର ଜଣେ ଗରିବ, ଭୂମିହୀନ,ଅନୁସୂଚିତ ଓ ଭିନ୍ନକ୍ଷମ ମହିଳା ଅଟନ୍ତି । ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଯଥାକ୍ରମେ ସୁଭଦ୍ରା ଓ ମୁଖ୍ୟମନ୍ତ୍ରୀ କିଶାନ ଇତ୍ୟାଦି  ଯୋଜନା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ଆର୍ଥିକ ସହାୟତା ପାଇ ନ ଥିବାରୁ ଦୁଃଖିତ ଥିଲେ। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବାଣୀଗୋଛା ରେ ସେ ଖୋଲିଥିବା ଆକାଉଣ୍ଟ କୁ ସରକାରୀ ସହାୟତା କାହିକି ଆସୁନି , ସେଥିପାଇଁ ମଧ୍ୟ ବ୍ୟଥିତ ଥିଲେ । ତାଙ୍କ ଆକାଉଣ୍ଟ୍ ପ୍ରକୃତରେ କେଉଁ ବ୍ୟାଙ୍କ ରେ ଅଛି ତାହା ର ତଦାରଖ  କରିବାରୁ ଜଣାଗଲା ଯେ, ବ୍ୟାଙ୍କ ଅଫ ବରୋଦା,ଦଶପଲାରେ ତାଙ୍କ ଅଜ୍ଞାତରେ କେହି ଜଣେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଅନ୍ୟ ଏକ ଆକାଉଣ୍ଟ୍ ଖୋଲି ଦେଇଛି ଏବଂ ସେହି ଆକାଉଣ୍ଟ୍ କୁ ସରକାରୀ ସହାୟତା ବାବଦକୁ ମୋଟ୍ 25,000 ଟଙ୍କା ଆସି ଗଚ୍ଛିତ ଅଛି। ସୂଚନା ଯୋଗ୍ୟ ଯେ,କେହି ଜଣେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ସେହି ଅଜ୍ଞ ନିରକ୍ଷର ମହିଳାଙ୍କ ଠାରୁ ବ୍ୟାଙ୍କ ରେ ଜମା ଖାତା ଖୋଲିବା ଫର୍ମ ରେ ଦସ୍ତଖତ କରାଇ ଓ ତାଙ୍କ ଠାରୁ ଅନ୍ୟାନ୍ୟ କାଗଜ ପତ୍ର ସଂଗ୍ରହ କରି ବରୋଦା ବ୍ୟାଙ୍କ, ଦଶପଲ୍ଲା ଶାଖାରେ ଏକ ଜମା ଖାତା ଖୋଲି ଦେଇଥିଲେ । ଶ୍ରୀମତୀ ବେହେରା ତାଙ୍କ ପରିବାରଙ୍କ ସହିତ ବ୍ୟାଙ୍କ ଅଫ ବରୋଦା, ଦଶପଲ୍ଲା ରେ ନିଜ ଆକାଉଣ୍ଟ ତଦାରଖ କରିବା ପରେ ମୂଖ୍ୟ ମନ୍ତ୍ରୀ କିଶାନ ଯୋଜନା ଓ ଶୁଭଦ୍ରା ସହାୟତା ଇତ୍ୟାଦି ବାବଦକୁ ପଚିଶ ହଜାର ଟଙ୍କା ଆସି ଗଚ୍ଛିତ ଥିବା ଜାଣି ସେ ଆନନ୍ଦିତ ହେବା ସହିତ କହିଥିଲେ, ଦାରିଦ୍ର୍ୟତାର ଅନ୍ୟତମ କାରଣ "ଅଜ୍ଞତା" ଏ ସଫଳତା ପାଇବା ପରେ ଶ୍ରୀମତୀ ରେବତୀ ବେହେରା ମହୋଦୟା TPCODL ଓ ମହାଶକ୍ତି ଫାଉଣ୍ଡେସନ ତଥା ଅଧିକାର ମିତ୍ର ଦାମୋଦର ନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅବହେଳିତ ଆଦିବାସୀ ବହୁଳ ଦୁଡ଼ା ଗ୍ରାମର ଅଜ୍ଞ ଓ ନିରକ୍ଷର,ଭିନ୍ନକ୍ଷମ, ଦଳିତ ଓ ବଞ୍ଚିତ ମହିଳା ରେବତୀ ବେହେରା ଏଭଳି ବ୍ୟବସ୍ଥା ଭିତରେ ସରକାରୀ ଯୋଜନାର ସୁଫଳ ଓ ସୁବିଧା ହାସଲ କରିବା ଗୁରୁତ୍ଵପୂର୍ଣ୍ଣ ବୋଲି ମନେ ହୁଏ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS