BREAKING
Loading...
:

ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ନିଶା ସେବନ ର କୁପ୍ରଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

 ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ନିଶା ସେବନ ର  କୁପ୍ରଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ



ଭାପୁର (ବିଭୂତି ମହାପାତ୍ର) ଓଡ଼ିଶା ସରକାରଙ୍କ ନିର୍ଦେଶ କ୍ରମେ ପାଳିତ ହୋଇଯାଇଅଛି l ନିଶାସେବନ ଦ୍ୱାରା ଶରୀର, ମାନସିକ ଏବଂ ସମାଜରେ ଯାହା ପ୍ରଭାବ ପକାଇଥାଏ ତାହା ଉପରେ ସଚେତନତା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସ୍ବଚ୍ଛ ସଲିଳା ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l  ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଅତିଥି ଭାବରେ ପ୍ରାଣୀ ବିଜ୍ଞାନର ବିଭାଗୀୟ ମୁଖ୍ୟ  ଅଧ୍ୟାପକ ବଳରାମ ସାହୁ, ଯୋଗ ଦେଇଥିବାବେଳେ  ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ  ପ୍ରିୟ ରଂଜନ ରଥ ସଭାପତିତ୍ୱ କରିଥିଲେ  l  ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନ କରିବାଦ୍ୱାରା ଶରୀର ଉପରେ ଏହାର କିଭଳି ପ୍ରଭାବ ପଡୁଛି ଏବଂ ସାମାଜିକ ବ୍ୟବସ୍ଥା କିପରି ନଷ୍ଟ ହେଉଛି ତାହା ଆଲୋଚନାର ମୂଖ୍ୟ ବିଷୟବସ୍ତୁ ଥିଲା lଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରାଜ କିଶୋର ସାହୁ ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS