BREAKING
Loading...
:

ବିକାଶର ବିକଳ ଚିତ୍ର,ବିକାଶ ଖୋଜୁଛି ଟୁଟୁ ଗୁମ୍ମା ଗାଁ

 ବିକାଶର ବିକଳ ଚିତ୍ର,ବିକାଶ ଖୋଜୁଛି ଟୁଟୁ ଗୁମ୍ମା ଗାଁ



ସ୍ୱାସ୍ଥ୍ୟ,ଶିକ୍ଷା,ବିଜୁଳି,ରାସ୍ତା ,ଓ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ



ଲାଞ୍ଜିଗଡ଼, -ସରକାର ଆଦିବାସୀଙ୍କ ପାଇଁ ନାନାଦି ଯୋଜନା କରି ଆଦିବାସୀ ଙ୍କ ଜୀବନଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି | କିନ୍ତୁ ଆଦିବାସୀଙ୍କ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ଏବେ ବି ଅନେକ ଆଦିବାସୀ ବହୁଳ ଗାଁର ରହିଛି ସରକାରଙ୍କ ମାଳମାଳ  ଯୋଜନା ସ୍ୱତେ ଯୋଜନାରୁ ବଞ୍ଚିତ ରହିଛନ୍ତି।ଏହି ଭଲି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗ ପଦର ପଞ୍ଚାୟତର ଟୁଟୁଗୁମ୍ମା ଗାଁ ।ଏହି ଟୁଟୁ ଗୁମ୍ମା ଗାଁ' ଲାଞ୍ଜିଗଡ଼ ବ୍ଲକ ମହକୁମାରୁ ୪୦ କି.ମି ଦୂର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫ କି.ମି ଦୂରରେ ଅବସ୍ଥିତ। ଏହି ଗାଁରେ ଦୀର୍ଘ ବର୍ଷ ହେଲା ୧୬ ଆଦିବାସୀ ପରିବାର ବସବାସ କରୁଛନ୍ତି ହେଲେ ଏମାନେ ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ,ବିଜୁଳି,ଓ ପାନୀୟ ଜଳ ଭଲି ଅନେକ ସମସ୍ୟା ଭୋଗି ଆସୁଛନ୍ତି l କିନ୍ତୁ ପ୍ରଶାସନ ବା ରାଜ ନେତାଙ୍କ ଉକ୍ତ ଗାଁ ଉପରେ ନଜର ପଡୁନି ଫଳରେ ଅବହେଳିତ ନିଷ୍ପେସିତ ଭାବରେ ଜୀବନ ବିତାଉଛନ୍ତି l ଏହି ଗାଁ କୁ ଯିବାକୁ ହେଲେ ଭବାନୀପାଟଣା ମୁଷାନାଳ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା  ସୁଲିଆ ଗାଁରୁ ବାଁକୁ ଗଲେ ୮ କି.ମି ଦୂରରେ ଘଞ୍ଚ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ରହିଛି ଏହି ଗାଁ।ଭଲ ରାସ୍ତା ନଥିବାରୁ ପାଦ ଚଲା ରାସ୍ତା ଯୋଗୁଁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗୁ ଥିବା ବେଳେ ବର୍ତମାନ ବିକଶିତ ଓଡିଶା ଯୋଜନାରେ ଘାଟ କଟିଙ୍ଗ ପାଇଁ ୪ଲକ୍ଷ ଅଟକଳ ମୂଲ୍ୟରେ ରାସ୍ତା ନିର୍ମାଣ ଚାଲିଛି ହେଲେ ବର୍ଷା ଯୋଗୁଁ ରାସ୍ତା ଧୋଇ ନେବାର ଆଶଙ୍କା ରହିଛି । ଖରା ଦିନେ କଷ୍ଟେ ମଷ୍ଟେ  ମଟର ସାଇକେଲ ଯାଉଛି ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନ ଥିବାରୁ ଗର୍ଭବତୀଙ୍କୁ ଖଟିଆରେ ୮ କି.ମି ସୁଲିଆ ଗାଁ ପର୍ଯ୍ୟନ୍ତ ବୋହିକି ସେଠାରୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ନେବାକୁ ପଡିଥାଏ। ପାହାଢ଼ି ରାସ୍ତା ଓ ବନ୍ୟ ପ୍ରାଣୀଙ୍କ ଭୟ ପାଇଁ କିଛିପିଲା କୋଟଡ଼ଘାଟି  ଗାଁ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖିଥିଲେ ମଧ୍ୟ୍ୟ  ପାଠ ପଢ଼ି ଆସୁନାହାନ୍ତି l ଗାଁ ଠାରୁ ୭ କିମି ଦୂରରେ ସୁଲିଆ ଗାଁରେ ଅଙ୍ଗନବାଡି  କେନ୍ଦ୍ର ରହିଥିବା ବେଳେ ଶିଶୁ ଯାଇ ପାରୁନାହାନ୍ତି। ଶିଶୁଙ୍କ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ପରିବାର ଲୋକେ ଯାଇଥାନ୍ତି।ଅନ୍ୟପକ୍ଷେ ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତସପନ ହୋଇଛି।କିଛି ବର୍ଷ ପୂର୍ବେ ଗାଁ ଲୋକଙ୍କୁ ସୌଭାଗ୍ୟ ଯୋଜନାରେ ସୋଲାର ଲାଇଟ ଯୋଗାଇ ଦିଆ ଯାଇଥିଲା କିନ୍ତୁ କିଛିଦିନ ଜଳିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ଷ ବର୍ଷ ଧରି ଅଚଳ ହୋଇ ରହିଛି।ଗାଁରେ ବିଜୁଳି ସଂଯୋଗୀକରଣ ପାଇଁ ପଞ୍ଚାୟତ, ବ୍ଳକ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ  ଲୋକଙ୍କୁ ବିଶୁଦ୍ଧ ପାଣି ବୁନ୍ଦାଏ ମିଳିପାରୁନି ଯାହାଫଳରେ ବାରୁଲ ନଦୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ଲୋକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ସରକାର ପକ୍ଷରୁ ଲୋକଙ୍କୁ ରୋଜଗାର ସୁଯୋଗ ଦେବା ପାଇଁ ମନରେଗା ଯୋଜନା ନିର୍ମାଣ କରିଛନ୍ତି କିନ୍ତୁ ଏମାନେ ଗତ ବର୍ଷ ମନରେଗା କାମ କରିଥିଲେ ହେଲେ ଅନେକ ଲୋକଙ୍କୁ ପାରିଶ୍ରମିକ ପାଉଣା ମିଳୁନଥିବା ଯୋଗୁଁ ନିକଟରେ ଥିବା ଜଙ୍ଗଲରେ ପୋଡ଼ୁ ଚାଷ ମାଣ୍ଡିଆ,ବିରି, କୋଳଥ, କାନ୍ଦୁଲ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନେକ ଯୁବକ କେରଳ ରାଜ୍ୟକୁ ଦାଦନ ଯାଇଥିବା ସୂଚନା ରହିଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଛି ଲୋକଙ୍କୁ ଘର ମିଳିଥିବା ବେଳେ ରାସ୍ତା ନଥିବା ଯୋଗୁଁ ଗାଁରୁ କିଛି ଦୂରରେ ୪ଟି ଘର ନିର୍ମାଣ କରୁଛନ୍ତି । ଗାଁର କୌଣସି ଆଦିବାସୀଙ୍କୁ ସରକାରଙ୍କ ତରଫରୁ ଜଙ୍ଗଲ ଜମି ପଟ୍ଟା ମଧ୍ୟ ମିଳିନାହିଁ।ଗାଁରେ ସ୍ୱଚ୍ଛ ଭାରତ ମିଶନ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିବା ବେଳେ ଗାଁରେ ଗୋଟିଏ ହେଲେ ପାଇଖନା ନାହିଁ l ତେଵେ ଏହି ଗାଁ ପ୍ରତି ଜିଲ୍ଲା ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଫଗୁନୁ ମାଝୀ, ମଦନୁ ମାଝୀ, ଧମକା ମାଝୀ, ଚନ୍ଦ୍ର ମାଝୀ, ଗଦନ ମାଝୀ, ରାଣୁ ମାଝୀ, ସନ୍ତୋଷ ମାଝୀ ସମେତ  ଗ୍ରାମବାସୀମାନେ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS