ନୂଆ ଗାଁ ରେ ଚାଲିଛି ବେଧଡକ ଜୁଆ ଖେଳ ,ଆଦର୍ଶ ଗ୍ରାମ ଏବେ ପାଲଟିଛି ଯୁଆଡ଼ି ଙ୍କ ଆଡ୍ଡାସ୍ଥଳ
ନିମାପଡ଼ା (ମଣିଭଦ୍ରା ଖବର) ଚାରିଛକ ଥାନା ଅନ୍ତର୍ଗତ ଭୋଦର ପଞ୍ଚାୟତ ଅଧୀନ ନୂଆ ଗାଁ ରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି । ଉକ୍ତ ଗ୍ରାମ ରେ ପ୍ରତ୍ୟେକ ଦିନ ଜୁଆ ଖେଳ ହେଉଥିବାବେଳେ ଏଠାକୁ ଚାରିଛାକ ,ନିମାପଡ଼ା,ଗୋପ ,କୋଣାର୍କ ,ପିପିଲି ,ନୟାହାଟ,ତଥା ଆଖପାଖ ଅଞ୍ଚଳ ରୁ ବହୁ ଜୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି ।ନୂଆ କରି ଗଢି ଉଠିଥିବା ଚାରିଛକ ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ଗ୍ରାମ ଟି ଥିବା ବେଳେ ଉକ୍ତ ଗ୍ରାମ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି । ଜୁଆ ଖେଳୁଥିବା ଯୁଆଡି ମାନେ ଯାହା ରୋଜଗାର କରିଥାନ୍ତି ଏହି ଗ୍ରାମ କୁ ଆସି ନିଜର ଘର ପାଇଁ ପରିବା, ଲୁଗାପଟା ,ଔଷଧ ତଥା ଯାହା ବି କିଣିବାକୁ ଘରୁ ପଇସା ଆଣି ଆସି ଥାନ୍ତିଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି । ଆଉ କିଛି ଅଭ୍ୟାସ ଗତ ଜୁଆଡ଼ି ନିଜର ଜମିବାଡ଼ି ତଥା ନିଜ ପତ୍ନୀ ର ଗହଣା ଗଣ୍ଠି ବିକି ଜୁଆ ଖେଳିବାକୁ ଆସିଥାନ୍ତି ।ଫଳରେ ଘରେ ଗଣ୍ଡଗୋଳର ସୂତ୍ରପାତ ଘଟିବାରେ ସ୍ୱାଭାବିକ ହୋଇଥାଏ ।ଉକ୍ତ ଗ୍ରାମ ରେ ବେଧଡକ ଜୁଆ ଖେଳ ଯୋଗୁଁ ଉକ୍ତ ଗ୍ରାମ ର ଅନେକ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି।ଗ୍ରାମ ର ଝିୟ ବୋହୂ ତଥା ମୂରବୀ ମାନେ ଜୁଆଡି ଙ୍କ ଭୟ ରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ,ଜୁଆ ଖେଳ କରୁଥିବା ବ୍ୟକ୍ତି ମାନଙ୍କ ହାତ ବହୁ ଉପରସ୍ତ ଅଧିକାରୀ ଙ୍କ ସହିତ ରହିଥିବାରୁ କେହି ଭୟରେ ମୁହଁ ଖୋଲିବାକୁ ସାହସ କରିପାରିନାହାନ୍ତି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସେ ଅଞ୍ଚଳ ର ସଚେତନ ନାଗରିକ ମହଲରେ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment