ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ତରଫରୁ ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ତରଫରୁ ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ପରିଚାଳନା କମିଟି ସଭାପତି ସମିର କୁମାର ସାହୁ, ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଅଧାରୁ ପାଠ ଛାଡ଼ିଥିବା,ଆଦୈ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲୁରହିଛି । ଏହି ପରୀପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଗଣିଆର ବିଭିନ୍ନ ସାହି, ବଜାର ପରିକ୍ରମା କରି ଆସ ଆମେ ସ୍କୁଲ ଯିବା ସ୍ଳୋଗାନ ଦେଇଥିଲେ । ବିଦ୍ୟାଳୟ ପରିସରରେ ଉପସ୍ଥିତ ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଶିକ୍ଷାକୁ କିଭଳି ଗୁରୁତ୍ବ ଦେଇ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବେ ଅଭିଭାବକ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନଶିକ୍ଷୟତ୍ରୀ ମତ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment