ଖଣ୍ଡପଡ଼ା ଅଞ୍ଚଳରେ ସ୍ବାଧୀନତା ଦିବସ ପାଳିତ
ଖଣ୍ଡପଡ଼ା ୧୬|୮l୨୦୨୫: ଖଣ୍ଡପଡାସହରାଞ୍ଚଳ ସମେତ ବ୍ଳକ ଅଧିନ ୨୨ଟିପଞ୍ଚାୟତରେ ପବିତ୍ର ସ୍ବାଧୀନତା ଦିବସ ଶୁକ୍ରବାର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପରିସରରେ ତହସିଲ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ମିଳିତ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ।ପ୍ୟାରେଡରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଗୋଟି ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସେହିପରି ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଓ ବସଷ୍ଟାଣ୍ଡ ଠାରେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦାଶ ,ଏନଏସି କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ଯକ୍ଷା ଆରତୀ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ବେଳେ କୋସକା ପଞ୍ଚାୟତର ରତାଖଣ୍ଡି ଗ୍ରାମସ୍ଥିତ ବରିଷ୍ଠ ନାଗରିକ ନିବାସ ନିତ୍ବାସା ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚମାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ, ବ୍ଲକ କାର୍ଯ୍ଯାଳୟ, ଥାନା ,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ଉପ କାରାଗାର,ଅଗ୍ନିଶମ କାର୍ଯ୍ଯାଳୟ ସମେତ ସମସ୍ତ ସରକାରୀ କାର୍ଯ୍ଯାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଖଣ୍ଡପଡ଼ା ସହରସ୍ଥିତ ସରସ୍ଵତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମଧୁବନ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ତହସିଲସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ତେବେ ମଧୁବନ ମିନି ଷ୍ଟାଡିୟମର ଦୁରାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଏ ଅବସରରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment