BREAKING
Loading...
:

ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

 ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

ଗଣିଆ ୨୦/୦୮(ମଣିଭଦ୍ରା ଖବର) ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଡାକ୍ତର ରାଜେନ୍ଦ୍ର ଦଳେଇ, ଡାକ୍ତର ଗିରିଧାରୀ ମଲ୍ଲ, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଫାର୍ମାସିଷ୍ଟ ଦୀପକ ରଞ୍ଜନ ପାଟ୍ଟଯୋଶୀ, ଫାର୍ମାସିଷ୍ଟ ସୁରେଶ କୁମାର ଜେନା, ଷ୍ଟାଫ ନର୍ସ ତରସିଲା ବା, ପରିଚାଳନା କମିଟି ସଭାପତି ସମୀର କୁମାର ସାହୁ, ଶିକ୍ଷକ ପବିତ୍ର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୁପପୁଷ୍ପ ଅର୍ପଣ କରିବା ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ସହିତ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଛାତ୍ର ଛାତ୍ରୀ ମାନେ ଆଜିକାଲି ଫାଷ୍ଟଫୁଡକୁ ବେଶି ଆପଣେଇ ଥିବାରୁ ସେମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅଭିଭାବକ ମାନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବିଶେଷକରି ଛାତ୍ରୀ ମାନେ ପେଟ ରୋଗ ଏବଂ ମାସିକ ଋତୁସ୍ରାବରେ ଅନିୟମିତତା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନେକ ସମୟରେ ରକ୍ତହିନତାର ଶିକାର ମଧ୍ୟ ହେଉଛନ୍ତି ।



 ସେଥିପାଇଁ ବିଦ୍ୟାଳୟ ଗୁଡିକରେ ଆଇରନ ବଟିକା ଦିଆଯାଉଥିବାରୁ ସମସ୍ତ ଛାତ୍ର ଛାତ୍ରୀ ଏହି ବଟିକା ଖାଇବା ନିହାତି ଆବଶ୍ୟକ ବୋଲି ଡାକ୍ତର ଶ୍ରୀ ମଲ୍ଲ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ କିଭଳି ପ୍ରାଥମିକ ଚିକିତ୍ସା କରିପାରିବେ ସେଥିପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରୋଗର ନିରାକରଣ ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟାଳୟରେ ଏଭଳି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS