BREAKING
Loading...
:

ପ୍ରକଳ୍ପ କାମକୁ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ

 ପ୍ରକଳ୍ପ କାମକୁ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ l



ଗଜପତି ୧୯/୮/୨୫..(ମନୋଜ ପାଢୀ) ବହୁ ଚର୍ଚ୍ଚିତ ଛେଳିଗଡ ଜଳପ୍ରକଳ୍ପର କାମ ଆରମ୍ଭ କରିବାରୁ ଟେଣ୍ଡର ପାଇଥିବା ସମ୍ପୃକ୍ତ କମ୍ପାନୀର କର୍ମଚାରୀମାନେ କାମ ଆରମ୍ଭ କରିବା ସମୟରେ ଘେରିଲେ ଅଞ୍ଚଳବାସୀ l ଆଜି ଗଜପତି ଜିଲ୍ଲା ଆର - ଉଦୟଗିରି ବ୍ଲକ ଛେଳିଗଡ ଜଳପ୍ରକଳ୍ପର ମୁଖ୍ୟ ଫାଟକରେ ଥିବା ଏକ ବନ୍ଧ କାର୍ଯ୍ୟ ଟେଣ୍ଡର ପାଇଥିବା ଡି ଡି ଭୁଇଲଡର କମ୍ପାନୀର କର୍ମଚାରୀଙ୍କୁ ଘେରିଲେ ବୁଡି ଅଞ୍ଚଳ ଶତାଧିକ ମହିଲା ଓ ପୁରୁଷ l କାରଣ ବିସ୍ଥାପିତ ଅଞ୍ଚଳବାସୀଙ୍କର ଅନେକ ଦାବୀ ରହିଆସିଛି ଯାହାକି ଆଜି ପର୍ଯ୍ୟନ୍ତ ସରକାର ପୂରଣ କରିପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ସାମ୍ବିଧାନିକ ନିୟମ ଅନୁସାରେ ଡେମ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରିବା ନିୟମ ରହିଛି କିନ୍ତୁ ଏଠାରେ ସମ୍ପୂର୍ଣ ଭାବେ ଓଲଟା ଚିତ୍ର ଦେଖିବାକୁ ମିଳିଛି ଯାହାକି ବୁଡି ଅଞ୍ଚଳବାସୀଙ୍କୁ ଥଇଥାନ ନକରି ଡେମ କାମ ଆରମ୍ଭ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି l  ପୂର୍ବତନ ଜିଲ୍ଲାପାଳ ବିଜୟ କୁମାର ଦାସ କହିଥିଲେ ଯେପର୍ଯ୍ୟନ୍ତ ବିସ୍ଥାପିତ ଅଞ୍ଚଳବାସୀଙ୍କ ଦାବୀ ପୂରଣ କରାଯାଇନି ସେପର୍ଯ୍ୟନ୍ତ ଡେମ କାମ ସ୍ଥଗିତ ରହିବ ବୋଲି ପ୍ରତି ଶ୍ରୁତି ଦେଇଥିଲେ l ବହୁ ସମୟ ଧରି ଟେଣ୍ଡର ପାଇଥିବା ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କୁ ବୁଡି ଅଞ୍ଚଳବାସୀ ଘେରାଓ କରିବା ସହ ଚାଲିଥିବା କାମକୁ ବନ୍ଦ କରିଦେଇଥିଲେ ତେବେ ଘଟଣାସ୍ଥଳରେ ଆର ଉଦୟଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l ତେବେ ବୁଡି ଅଞ୍ଚଳ ବାସୀଙ୍କ ସମସ୍ତ ଦାବୀ କୁ ପୂରଣ ନକରି ବେଆଇନ ଭାବେ ଡେମ କରାଯାଏ ତାହେଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ ଚେତାବନୀ ଦେଇଛନ୍ତି l ଅନ୍ୟପଟେ ଜଳପ୍ରକଳ୍ପ ଅଧିକାରୀ ବୀରେନ୍ଦ୍ର କୁମାର ଜଗତ କହିଛନ୍ତି ଯେ, ଆଜି ପଯ୍ୟନ୍ତ କୌଣସି ପ୍ରକାରର ବେଆଇନ କାମ ହୋଇନାହିଁ l ଯାହାବି କାମ ହୋଇଛି ସମସ୍ତ କାମ ସରକାରଙ୍କ ଓ ଜିଲ୍ଲାପାଳଙ୍କ ନିଁର୍ଧେଶ ପ୍ରକାରେ ଯାହାକି ଟେଣ୍ଡେର ପକାଇବା ପରେ କାମ ଆରମ୍ଭ ହୋଇଛି ଏବଂ ପ୍ରକ୍ରିୟା ଚାଲିଛି ଯଥାଶୀଘ୍ର ବୁଡି ଅଞ୍ଚଳବାସୀଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି l

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS