BREAKING
Loading...
:

ମନକୁ ପ୍ରଫୁଲ୍ଲ ନିମନ୍ତେ ଗଢି ଉଠିଲା ଫିଟନେସ୍ ପାର୍କ ୨.୦

 ମନକୁ ପ୍ରଫୁଲ୍ଲ ନିମନ୍ତେ ଗଢି ଉଠିଲା ଫିଟନେସ୍ ପାର୍କ ୨.୦             



ମନୁଷ୍ଯର କର୍ମଜଞ୍ଜାଳ ମଧ୍ଯରେ ମନକୁ କ୍ଷଣିକ ଶାନ୍ତି ଓ ଆନନ୍ଦ ର ମାଧ୍ଯମ ହେଉଛି ଜିମ୍ ଅବା କୁସ୍ତି କସରତ l ଆଜିକାଲି ବ୍ଯସ୍ତ ବହୁଳ ସମାଜରେ ଏହାର ମୂଲ୍ଯ ବହୁତ l କେବଳ ମାତ୍ର ଦେହ କୁ ଫିଟ୍ ଏବଂ ଫାଇନ ନୁହେଁ ଏହା ମାଧ୍ଯମରେ ଲୋକେ ଯୋଗାସନ କରିବା ଦ୍ବାରା ରୋଗ ସହିତ ମୁକାବିଲା କରିପାରୁଛନ୍ତି l ଏହାର ନିଛକ ପ୍ରତିରୂପ ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ  ମନ୍ଦିର ସାହି ୱାର୍ଡ ନଂ ୩ ଲୋକନାଥ କମ୍ପ୍ଲେକ୍ସ ଠାରେ ଗଢି ଉଠିଛି ଫିଟନେସ  ପାର୍କ  ୨.୦ l ଏଥିରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l  ଏଥିସହିତ ଜିମ୍ ପ୍ରୋପାଇଟର ଚିନ୍ମୟ ଦାସଙ୍କ ସହିତ ସୌମିକ ଦାସ କାନୁନଗୋ, ତନୁଜା ମହାନ୍ତ, ବାବୁ ଭାଇ, ଜିତ ଦାସ, ଶିବମ୍ ରାଉତ, ପ୍ରିନସ କୁମାର  ଯାଦବ, ସାଗର ଦାସ, ସରୋଜ ଦାସ, ଗୌତମ ପାଲ ବାବୁ, ଆହ୍ବାନ ପଟ୍ଟନାୟକ, ହେପି, ଜଗା ଓ ପ୍ରିୟଙ୍କା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଫିଟନେସ ସେଣ୍ଟର ଟି ସୋମବାର ରୁ ଶନିବାର ସକାଳେ ୫ଟା ରୁ ୧୦ ଟା ହେଉଥିବା ବେଳେ ସଂନ୍ଧ୍ଯା ବେଳେ ୩ଟା ରୁ ୧୦ଟା ପର୍ଯ୍ଯନ୍ତ ଚାଲୁ ରହିବ l ରବିବାର ବନ୍ଦ ରହିବ l ଏଠାରେ ଏରୋବିସ୍ , ଜମ୍ବୋ କ୍ଲାସେସ୍ , ବଡି ବିଲଡିଙ୍ଗ, କାରଡିଓ ସହିତ ଯୋଗା ଶିକ୍ଷା ଉପଲବ୍ଧ ରହିଛି l ଏଠାକୁ ଆସି ତାଲିମ ନେଉଥିବା ତାଲିମଚାରୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହି ଅନୁଷ୍ଠାନ ରାଇରଙ୍ଗପୁର ସହର ପାଇଁ ଅନନ୍ଯ l ଏଠାକୁ ସମସ୍ତେ ଆସନ୍ତୁ ଓ ଜିମ ର ବିଭିନ୍ନ କିସ୍ତି କସରତ, ବ୍ଯାୟାମ ଓ ଯୋଗାସନ ବିଷୟରେ ଜ୍ଞାନ ଲାଭ କରିବା ସହିତ  ମନକୁ ପ୍ରଫୁଲ୍ଲ ଓ ଆନନ୍ଦ ରଖନ୍ତୁ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS