ଅବସରପ୍ରାପ୍ତ ସେନାଧିକାରୀ ସୁଦର୍ଶନ ସାହୁଙ୍କ ବିୟୋଗରେ ଶୋକ
ବାଙ୍କୀ, 7l8(ମାନସ ରଞ୍ଜନ ସାହୁ):କଳାପଥର ଗୋଳେଇଛକ ଗ୍ରାମର ଭାରତୀୟ ସେନାରୁ ଅବସର ଗ୍ରହଣ କରିଥିବା ସୁଦର୍ଶନ ସାହୁଙ୍କର ଆଜି ୭୪ବର୍ଷରେ ଦେହାନ୍ତ ଘଟିଛି।ଆଜି ପ୍ରତ୍ୟୁଷରେ ତାଙ୍କ ବାସଭବନରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ବର୍ଗ ଚିକିତ୍ସା ନିମନ୍ତେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ।ମାତ୍ର,ସେତେବେଳକୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା ଓ ଡାକ୍ତର ସେଠାରେ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ।ଶ୍ରୀ ସାହୁଙ୍କ ଦେହାନ୍ତରେ ଆଜି କଳାପଥର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ, ଭାରତୀୟ ସ୍ଥଳସେନାରୁ ସୁବେଦାର ପଦବୀରୁ ଅବସର ଗ୍ରହଣ ପରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଅବସର ପରେ ସେ କଳାପଥରରେ ନିଜ ଗ୍ରାମରେ ଆସି ଅବସ୍ଥାନ କରୁଥିଲେ । କଳାପଥରରେ ସେ ଅନେକ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ଦାୟିତ୍ୱରେ ଥିଲେ। କଳାପଥର ତୈଳିକ ବୈଶ୍ୟ ସମାଜର ଉନ୍ନତି କରଣ ସହ ଏହା ମାଧ୍ୟମରେ ସେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ।
ତାଙ୍କ ବିୟୋଗରେ କଳାପଥର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ନୀଳମଣି ମହାପାତ୍ର, କଳାପଥର ଗ୍ରାମ ପଞ୍ଚାୟତ ସରପଞ୍ଚ କମଳା ସ୍ବାଇଁ,ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳି ରଣା,ସମାଜ ସେବୀ ପ୍ରତାପ କୁମାର ମହାପାତ୍ର ଓ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁ,ଧରମୁଧର ଯୁଝାରସିଂହ,ବସନ୍ତ କୁମାର ନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅବଶେଷରେ ଦିଲ୍ଲୀ ଓ ହାଇଦରାବାଦରେ ଚାକିରି ସହ ଅବସ୍ଥାନ କରୁଥିବା ତାଙ୍କ ଦୁଇ ପୁତ୍ର କଳାପଥରରେ ପହଞ୍ଚିଲା ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق