ଅଜଣା ଯୁବକ ଙ୍କ ମୃତ ଦେହ ଉଦ୍ଧାର ନେଇ ତୀବ୍ର ପ୍ରତିକ୍ରିୟା।
ବଲାଙ୍ଗୀର/ଟିଟିଲାଗଡ଼, :ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସ୍ଥିତ ସ୍ଥାନୀୟ ଧବଳେଶ୍ୱର ଶୈବ ପୀଠ କଡ଼ ରେ କୁମୁଡା ଗ୍ରାମ କୁ ସଂଯୋଗ ହୋଇ ଥିବା କେନାଲ ରେ ପ୍ରାୟ ୩୫ ବର୍ଷୀୟ ଜଣେ ଅଜଣା ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତ ଦେହ ପୋଲିସ ଉଦ୍ଧାର କରି ଥିବା ଵେଳେ ଏକ ମାମଲା ରୁଜୁ ସହ ସବିଶେଷ ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।
ଯୁବକ ଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କୁ କେହି ହତ୍ୟା କରି ଦେଇ ଉକ୍ତ କେନାଲ ପାଣି ରେ ପକେଇ ଦେଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ବୋଲବମ ଯୋଗୁଁ ଏହି ଧବଳେଶ୍ୱର ଶୈବ ପୀଠ ରେ ପ୍ରବଳ ଜନ ସମାଗମ ଘଟୁଥିବା ବେଳେ ଏଭଳି ଘଟଣା ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق