ବାଙ୍କୀ ଏନ୍.ଏ.ସି ପକ୍ଷରୁ ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ବାଙ୍କୀ,୧୮ା୮(ମାନସ ରଞ୍ଜନ ସାହୁ): ୫୯ତମ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ବାଙ୍କୀ ଏନ୍.ଏ.ସି ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ପରିଷଦର ବାତ୍ୟା ଆଶ୍ରୟସ୍ଥଳ ଗୃହ ଠାରେ ବାଙ୍କୀ ସହର ମଧ୍ୟରେ ଥିବା ସମସ୍ତ ବିଦ୍ୟାଳୟର ୮ମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିୟର୍ ଗ୍ରୁପର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ । ଏଥିରେ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବକ୍ତୃତାରେ ସ୍ୱଚ୍ଛତା ସଂପର୍କରେ, କୁଇଜ୍ରେ ସାମାଜିକ ନୀତିବୋଧ ଓ ପରିବେଶ ସଂକ୍ରାନ୍ତରେ ମୌଖିକ ଓ ଲିଖିତ ଏବଂ ଚିତ୍ରାଙ୍କନ ପାଇଁ ସବୁଜ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ବିଷୟବସ୍ତୁ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନଗରପାଳ ମାଣିକ ସାହୁ ଉଦ୍ଘାଟନ କରିଥିବା ବେଳେ ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ବିକଳଗୋଚ୍ଛି, ପଠାଣୀ ବେହେରା, ଚନ୍ଦନ ଗଣ୍ଠିଆ, ବବିତା ମନ୍ତ୍ରୀ, ଅଶାନ୍ତି ରାଉତ, ମନୋରମା ବେହେରା, ସାଂସଦ ପ୍ରତିନିଧି ସରୋଜ କୁମାର ସାମନ୍ତରାୟ ଓ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଯୋଗଦେଇଥିଲେ । ବିଚାରକ ଭାବେ ପ୍ରାବନ୍ଧିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, କବି କୌଶିକ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅରବିନ୍ଦ ବୀରବର ହରିଚନ୍ଦନ ଓ ପ୍ରଦୀପ କୁମାର ପୃଷ୍ଟି ପ୍ରମୁଖ ଯୋଗଦାନ କରି ମୂଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସହାୟକ ସେଖ୍ରାଜଉଦ୍ଦିନ୍, ବିମାନ ଦଳେଇ, ରୁଦ୍ରନାରାୟଣ ପତି, ସାନ୍ତନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୧ତାରିଖରେ ହେବାକୁ ଥିବା ସ୍ୱାୟତ୍ତଶାସନ ଦିବସରେ ପୁରସ୍କୃତ କରାଯିବ । ଆସନ୍ତା କାଲି ସିନିୟର ବିଭାଗ + ୨ ଓ + ୩ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment