BREAKING
Loading...
:

ପି.ଏମ୍‌.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟଇ ପରିସରରେ ଇପିଅନ୍ ଟ୍ରଷ୍ଟ ଓଡ଼ିଶା ତରଫରୁ ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

 ପି.ଏମ୍‌.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟଇ ପରିସରରେ

ଇପିଅନ୍ ଟ୍ରଷ୍ଟ ଓଡ଼ିଶା ତରଫରୁ ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 



ବାଙ୍କୀ,୧୮ା୮(ମାନସ ରଞ୍ଜନ ସାହୁ ):ଇପିଅନ୍ ଟ୍ରଷ୍ଟ ଓଡ଼ିଶା ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମୁଣ୍ଡଳିସ୍ଥ ପି.ଏମ୍‌.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇପିଅନ୍ ଟ୍ରଷ୍ଟର ଚେୟାରମ୍ୟାନ୍ ତଥା ପରିବେଶବିଜ୍ଞାନୀ ଡକ୍ଟର ଆଶୁତୋଷ ଦେବତା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାୟଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଯୋଗଦାନ କରି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ । ବାଙ୍କୀ ଉପଖଣ୍ଡରେ ଦୀର୍ଘ ଦୁଇ ଦଶନ୍ଧି ଧରି ଶିକ୍ଷା, ସମାଜସେବା ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ଓ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ସାହୁଙ୍କୁ ଇପିଅନ୍ ପରିବେଶ ପୁରସ୍କାର-୨୦୨୫ ଜଷ୍ଟିସ୍ ଦାସ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟଯେ ଇପିଅନ୍ ଟ୍ରଷ୍ଟ ପକ୍ଷରୁ ସଂପୃକ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କର ଦୀର୍ଘ ଦିନର କାର୍ଯ୍ୟାବଳୀ ସମୀକ୍ଷା କରି ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଅଭିପ୍ସା ଦାଶ ଓ ଟ୍ରଷ୍ଟର ନିର୍ଦ୍ଦେଶିକା ଡକ୍ଟର ମିତା ଦେବତା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ନିଶତ ଅନୁୱର ଓ କ୍ରୀଡା ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦୋରା ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାଧ୍ୟାପକ ମହାପାତ୍ରଙ୍କୁ ବାଙ୍କୀ କଲେଜ ଅଧ୍ୟକ୍ଷ ସମେତ ବହୁ ବ୍ୟକ୍ତି ବଧେଇ ଜଣାଇଛନ୍ତି । 


ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS