BREAKING
Loading...
:

ପିସିସି ସଭାପତି ଭକ୍ତଙ୍କ ବଡ଼ ଘୋଷଣା

 ପିସିସି ସଭାପତି ଭକ୍ତଙ୍କ ବଡ଼ ଘୋଷଣା




ଭୁବନେଶ୍ୱର,- ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ। ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ। ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।


ଗତ ୭ ତାରିଖରେ ରାହୁଲ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କର୍ନାଟକର ମହାଦେବପୁରା ନିର୍ବାଚନ ମଣ୍ଡଳରେ ବ୍ୟାପକ ଭୋଟ ଚୋରି ହୋଇଥିଲା। ନକଲି ନାମ, ଜାଲ ଠିକଣା ସମେତ ଗୋଟିଏ ଠିକଣାରେ ଏକାଧିକ ନାମ ପଞ୍ଜୀକରଣ ଜରିଆରେ ଲକ୍ଷାଧିକ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS