// ତଥ୍ୟ ନଦେଲେ ଧାରଣା ଦେବାର ଚେତାବନୀ //
// କାହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା ଚଳାଇଛି ବ୍ଲକ ପ୍ରଶାସନ //
ସମଗ୍ର ଦେଶରେ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ସୂଚନା ଅଧିକାର ଆଇନିକୁ ବାଏଁ ବାଏଁ ବୁଲାଇ ବଙ୍ଗୋପସାଗର ରେ ଫୋପାଡ଼ି ଦେଇଛି ଗରଦପୁର ବ୍ଲକ୍ ପ୍ରଶାସନ । ଗରଦପୁର ବ୍ଲକର ବିଭିନ୍ନ ବିଭାଗ ରେ ବର୍ଷ ବର୍ଷ ଧରି ଭୟଙ୍କର ଦୁର୍ନିତି ହୋଇ ଆସୁଥିବା ସନ୍ଦେହ କରି ଗରଦପୁର ବ୍ଲକ ଅଞ୍ଚଳର କିଛି ସୂଚନା ଅଧିକାର କର୍ମୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଗରଦପୁର ବ୍ଲକ ପ୍ରଶାସନ ନିକଟରେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ବର୍ଷାଧିକ କାଳ ହେବ ଆବେଦନ କରାଯାଇ ଆସୁଅଛି | ହେଲେ ବ୍ଲକ ପ୍ରଶାସନ ପକ୍ଷରୁ ତଥ୍ୟ ଦେବା ତ ଦୂରର କଥା ସୂଚନା ଅଧିକାର କର୍ମୀ ମାନଙ୍କ ପକ୍ଷରୁ ଅପିଲ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଦେଖିବାକୁ ମିଳିଛି | ଯେଉଁଥିପାଇଁ ଗରଦପୁର ବ୍ଲକ ଅଞ୍ଚଳର ସଚେତନ ନାଗରିକ ମଞ୍ଚ ଓ ସୂଚନା ଅଧିକାର କର୍ମୀ ମାନଙ୍କ ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଆବାହକ ଶ୍ରୀ ପ୍ରତାପ ମହାନ୍ତି , ସୂଚନା ଅଧିକାର ଅଭିଯାନ ଗରଦପୁର ବ୍ଳକ ଆବାହକ ଶ୍ରୀଯୁକ୍ତ ପବିତ୍ର କୁମାର ପାଣି ଏବଂ ପ୍ରବେଶ ମହାପାତ୍ର , ଶେଷଦେବ ପରିଜା ପ୍ରମୁଖ ବ୍ଲକ ପ୍ରଶାସନର ଏପରି ଖାମଖିଆଲ ମନୋଭାବ କୁ ଦୃଢ଼ ନିନ୍ଦା କରିବା ସହିତ ମଗା ଯାଇଥିବା ତଥ୍ୟ ଗୁଡିକ ଯଦି ଶିଘ୍ର ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ ଗରଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର ଅଭିଯାନ ଗରଦପୁର ଶାଖା ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ସେମାନଙ୍କ କହିବା ଅନୁସାରେ ଯଦି ସ୍ଥାନୀୟ ଅଞ୍ଚଳବାସୀ ରାଜନୀତି ରେ ନବାଗତ ଜଣେ ଦକ୍ଷ ଯୁବ ବିଧାୟକ ଙ୍କୁ ନିର୍ବାଚିତ କରିବା ସହ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବି ଗରଦପୁର ବ୍ଲକରେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଦଳ ବଦଳ ହୋଇଥିବା ସତ୍ତ୍ୱେ ଦୁର୍ନୀତି ରୂପକ ନିଆଁକୁ ଘଣ୍ଟ ଘୋଡାଇବା ପାଇଁ ଅଦ୍ୟାବଧି ପ୍ରୟାସ ଜାରୀ ରହିଛି , ଯେଉଁଥିପାଇଁ ସମଗ୍ର ଗରଦପୁର ବ୍ଲକ ଅଞ୍ଚଳରେ ଏନେଇ ଚର୍ଚ୍ଚା ହେବା ସହ କିଏ ସେହି ବ୍ୟକ୍ତି ଯିଏକି ପୂର୍ବରୁ ବ୍ଲକ କୁ ଲୁଟି ଆସୁଥିବା ପୁଳାଏ ଖଣ୍ଟ ଟାଉଟର ଓ ଲୁଟେରା ଙ୍କୁ ଘଣ୍ଟ ଘୋଡାଇବା ସହ ଅଭୟ ବର ଦେବାକୁ ଚେଷ୍ଟା କରୁଛି , ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ବିରୋଧ ରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ୱର ଶାଣିତ କରାଯିବା ସହ ତୀବ୍ର ବିରୋଧ କରାଯିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment