BREAKING
Loading...
:

ବେଦଶାସ୍ତ୍ର ପାଠଶାଳାରେ ଉପାକର୍ମ ଉତ୍ସବ ଓ ସଂସ୍କୃତ ଦିବସ ପାଳିତ।

 ବେଦଶାସ୍ତ୍ର ପାଠଶାଳାରେ ଉପାକର୍ମ ଉତ୍ସବ ଓ ସଂସ୍କୃତ ଦିବସ ପାଳିତ। 



ଖଣ୍ଡପଡ଼ା ୧୦/୮ (ନି.ପ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ଗଡ଼ିଆସାହି ପଞ୍ଚାୟତର ନଟପୁରଶାସନ ଗ୍ରାମରେ ସ୍ଥାପିତ ବେଦଶାସ୍ତ୍ର ପାଠଶାଳାରେ ବୈଦିକ ସଂସ୍କୃତି ଓ ପରମ୍ପରା ଅନୁସାରେ ଉପାକର୍ମ ଉତ୍ସବ ରବିବାର ପାଳିତ ହୋଇ ଯାଇଛି। ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ବେଦ ଅଧ୍ୟାପକ  ସତ୍ୟବାନ ଦାଶ ଗୁରୁଜୀଙ୍କ ମାର୍ଗଦର୍ଶନରେ ବିଦ୍ୟାର୍ଥୀଗଣ ନୂତନ ଯଜ୍ଞୋପବୀତ ଧାରଣ ପୂର୍ବକ ସଙ୍କଳ୍ପ କରିଥିଲେ। ଶୁକ୍ଳ ଯଜୁର୍ବେଦ କାଣ୍ବ ଶାଖାର ଅଧ୍ୟୟନ ପୂର୍ବକ ହୋମରେ ଆହୁତି ଦେଇଥିଲେ। ବେଦଶାସ୍ତ୍ର ପାଠଶାଳା ଓ ବୈଦିକ ସଂସ୍କୃତି ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଦାଶଙ୍କ ପୌରହିତ୍ୟରେ ବିଶ୍ବର ମଙ୍ଗଳ କାମନା କରି ଗ୍ରାମର ଆରାଧ୍ଯ ଶ୍ରୀଗୋପୀନାଥଜୀଉଙ୍କ ମନ୍ଦିରରେ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରଯାଇ ତୁଳସୀ ଦଳ ସମର୍ପଣ କରାଯାଇଥିଲା। ବିମ୍ବାଧର ଆଚାର୍ଯ୍ୟ ଓ ଗଙ୍ଗାଧର ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ସଚିବ ଶିବ ନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ସଂସ୍କୃତ ଦିବସ ପାଳିତ ହୋଇଥିବା ଜଣାପଡିଛି।ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ପ୍ରସନ୍ନ କୁମାର ଆଚାର୍ଯ୍ୟ ଯୋଗଦେଇ ସଂସ୍କୃତ ଭାଷାରେ ଉଦବୋଧନ ଦେଇଥିଲେ। ପ୍ରତିଷ୍ଠାତା ସଭାପତି ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରେରଣ କରିଥିବା ସଂସ୍କୃତ ଦିବସର ବାର୍ତ୍ତାକୁ ପଠନ କରାଯାଇଥିଲା।ପ୍ରକାଶଥାଉକି କେନ୍ଦ୍ର ସରକାରଙ୍କ  ନିଷ୍ପତ୍ତିକ୍ରମେ ଗତ ୧୯୬୯ ମସିହାରୁ ସଂସ୍କୃତ ଦିବସ ପାଳନ ହୋଇ ଆସୁଥିବା ଜଣାପଡିଛି। ଶ୍ରାବଣୀ ପୂର୍ଣ୍ଣିମା ତିଥିରେ ବେଦ ଅଧ୍ୟୟନ ଆରମ୍ଭର ପରମ୍ପରା ବୈଦିକ ଯୁଗରୁ ପାଳିତ ହୋଇ ଆସୁଛି ବୋଲି ଅତିଥିମାନେ ମତ ଦେଇଥିଲେ।ପଥରଗଣ୍ଡ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା  ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଅଧ୍ୟାପକ  ସତ୍ୟବାନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS