ଦିବଂଗତ ଖଣ୍ଡପଡ଼ା ରାଜାଙ୍କ ସ୍ମୃତିଚାରଣ ସଭା
ଖଣ୍ଡପଡ଼ା ୧୦|୮ (ନି.ପ୍ର)ଖଣ୍ଡପଡ଼ା ରାଜା, ଦିବଂଗତ ଜନନେତା ପୂର୍ବତନ ମନ୍ତ୍ରୀ ଓ ଉପବାଚସ୍ପତି ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଆତ୍ମାର ସଦଗତି ନିମନ୍ତେ ରବିବାର ସଂନ୍ଧ୍ଯାରେ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଜିତେନ୍ଦ୍ର କୁମାର ଦାଶ, ବରିଷ୍ଠ ଆଇନଜୀବୀ ତଥା ଖଣ୍ଡପଡ଼ା ବାର ଆସୋସିଏସନ ସଭାପତି ସଂଗ୍ରାମ କେଶରୀ ମିଶ୍ର, ବରିଷ୍ଠ ଆଇନଜୀବି ଗିରିଜା ଶଙ୍କର ତରାସିଆ, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂହ, ସମାଜସେବୀ ଅଖିଳ କୁମାର ମହାରଣାଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ହିନ୍ଦୁ ସମାଜ, ପ୍ରଜାପିତା ବ୍ରହ୍ମକୁମାରୀ, ମୁସିଲିମ ସଂପ୍ରଦାୟ, ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରଚାରକମାନେ ସ୍ମୃତିଚାରଣ ସଭାରେ ଯୋଗଦେଇ ସ୍ୱର୍ଗତ ରାଜାଙ୍କ ପ୍ରତିଭା ସଂର୍ପକରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଦିବଂଗତ ରାଜାଙ୍କ ଫୋଟ ଚିତ୍ରରେ ସମସ୍ତ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଇନଜୀବୀ ବିକ୍ରମ କେଶରୀ ଦେଓ, ସମାଜସେବୀ ଚିତ୍ତରଞ୍ଜନ ମିଶ୍ର, ସୁଶାନ୍ତ ମହାରଣା, ଜିତେନ୍ଦ୍ର କୁମାର କାଟିଆ, ପରମେଶ୍ୱର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق