ପଥରଚକଡାରେ ଟ୍ରକ ଧକ୍କାରେ ଜଣେ ମୃତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଫତେଗଡ ଥାନା ଅନ୍ତର୍ଗତ ୪୮ ନଂ ଜାତୀୟ ରାଜପଥ ପଥରଚକଡା ରାସ୍ତା ରେ ଚାଷ ଜମି କୁ ଚାଷକାର୍ଯ୍ୟ ନିମନ୍ତେ ଜିବା ରାସ୍ତା ରେ ନିରଞ୍ଜନ ଗୋଛି, ୫୯ ବୟସ, ପିତା ସୁଦର୍ଶନ ଗୋଛି ଚାଷକାର୍ଯ୍ୟକୁ ଜିବା ସମୟରେ ସେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ଡାହାଣ ଗୋଡର ଆଣ୍ଠୁ ତଳକୁ ଚାପିହୋଇ ରକ୍ତସ୍ରାବ ବନ୍ଦ୍ ନ ହେବା ରୁ ସେହି ଜାଗାରେ କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ଖଣ୍ଡପଡ଼ାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରି ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ଓ ଚଳାଚଳ ଗାଡି ମଟର ବନ୍ଦ କରିବା ସହ ରାସ୍ତା ରୋକ୍ ଆନ୍ଦୋଳନ କରିଥିଲେ। ଧକ୍କା ଦେଇ ଥିବା ଗାଡି ଟି ସ୍ଥାନୀୟ ଲୋକମାନେ କଣ୍ଟିଲୋ ଫାଣ୍ଡିରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି କଣ୍ଟିଲୋ ଫାଣ୍ଡି ରୁ ପ୍ରକାଶ ପାଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବା ପାଇଁ ସାଧାରଣ ଜନତାଙ୍କ ଦାବି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق