ସମ୍ବର୍ଦ୍ଧିତ ହେଲେ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର
ସମ୍ବଲପୁର/ଗୋଡଭଗା:-
ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଲରମ୍ଭା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର କୁଲୁତା ଟୁକୁରା ନିବାସୀ ଆଶୀର୍ବାଦ ମହାପାତ୍ର। ଏହି ଅବସରରେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ମୁଖ୍ୟଅତିଥି ଲରମ୍ଭା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନେପାଳ ପ୍ରଧାନ, ମୁଖ୍ୟବକ୍ତା ପଞ୍ଚାୟତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଯୁକ୍ତ ମାନଭଞ୍ଜନ ପାଣିଗ୍ରାହୀ, ଲରମ୍ଭା ମହାବିଦ୍ୟାଳୟର +୨ ଅଧିକାରୀ ଡ.ଦିଗମ୍ବର ଚାନ୍ଦ, ଓଡିଆ ବିଭାଗମୁଖ୍ୟ ଡ. ଶାନ୍ତିଲତା ବାରିକ ମଂଚାସୀନ ରହିଥିଲେ। ମାନପତ୍ର ଓ ଉପଢୌକନ ପ୍ରଦାନ ସହ ତାଙ୍କର ଉତ୍ତରୋତ୍ତର ସୁଖମୟ ଜୀବନ କାମନା କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆ ସ୍ଥିତ କିଲିମାଞ୍ଜାରୋ ପର୍ବତ ଆରୋହଣର ସ୍ନୁତି ଓ ଅନୁଭୂତିକୁ ପ୍ରକାଶ କରି ଆଗାମି ଦିନରେ କିପରି ଆହୁରୀ ଛାତ୍ରଛାତ୍ରୀ ଏ ଦିଗରେ ସଫଳତା ଆଣିବେ ସେ ଉପରେ ଶ୍ରୀ ମହାପାତ୍ର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଏହା ପୂର୍ବରୁ ଲରମ୍ଭା କଲେଜ ଛାତ୍ରୀ ଲିପିକା ସେଟ ଉକ୍ତ ପର୍ବତ ଆରୋହଣ କରି ଗୈାରବ ଆଣି ପାରିଛନ୍ତି । ଗୋଟିଏ କଲେଜରୁ ଦୁଇଜଣ ସଫଳତା ପାଇଥିବାରୁ ଅଞ୍ଚଳରେ ପ୍ରଶଂସା କରାଯାଇଅଛି। ସମ୍ବର୍ଦ୍ଧିତ ପ୍ରତିଭା ଅବସରରେ କଲେଜର ଅଧ୍ୟାପକ ପବିତ୍ର କୁମାର ମାହାଣା, ବଡବାଵୁ ପ୍ରମୋଦ ଚନ୍ଦ୍ର ସେଠ ସହଯୋଗ କରିଥିବା ବେଳେ ନିମନ୍ତ୍ରିତ ଅତିଥି , ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment