ପଞ୍ଚଭୂତରେ ଲୀନ ହେଲା ଖଣ୍ଡପଡ଼ା ରାଜାଙ୍କର ପାର୍ଥିବ ଶରୀର
ଖଣ୍ଡପଡ଼ା ୮|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ରାଜା ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତିରେ ପରଲୋକ ହୋଇଥିବା ବେଳେ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କର ପାର୍ଥିବ ଶରୀରକୁ ଖଣ୍ଡପଡ଼ା ରାଜବାଟି ପରିସରସ୍ଥିତ ଏକ କକ୍ଷରେ ରଖାଯାଇଥିଲା। ଶୁକ୍ରବାର ଦିବା ୧୨ଘଣ୍ଟା ସମୟରେଏକ ସୁସଜ୍ଜିତ ଯାନ ଯୋଗେ ରାଜାଙ୍କର ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଖଣ୍ଡପଡ଼ା ସହରବାସୀ ଓ ଆଖପାଖ ଅଞ୍ଚଳରୁ ଶହଶହ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇ ଜନପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ହରିବୋଲ ଓ ରାମନାମ ଧ୍ବନିରେ ଖଣ୍ଡପଡ଼ା ସହର ପ୍ରକମ୍ପିତ ହୋଇ ଉଠିଥିଲା।ଶୋଭାଯାତ୍ରାରେ ଅନ୍ଯମାନଙ୍କ ମଧ୍ଯରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,ବିଶିଷ୍ଟ ଶିଶୁ ସାହିତ୍ୟିକ ଜିତେନ୍ଦ୍ର ନାରାୟଣ ଦାଶ, ବ୍ଲକ କଂଗ୍ରେସ ନେତ୍ରୀ ବିନୋଦିନୀମହାନ୍ତୀ , ବ୍ଲକ ଉପାଧ୍ୟକ୍ଷ ଉପମା ବେହେରାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ,ରାଜ୍ଯ ଓ ରାଜ୍ଯ ବାହାରୁ ରାଜ ପରିବାରର ସଦସ୍ଯମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଖଣ୍ଡପଡ଼ା ସହର ପରିକ୍ରମା କରିନିକଟସ୍ଥ ମା ଉମାଦେବୀ ଶ୍ମଶାନସ୍ଥଳରେ ରାଜକୀୟ ମର୍ଯ୍ୟାଦା ସହ ସ୍ବର୍ଗତ ରାଜାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।ଖଣ୍ଡପଡ଼ା ରାଜ ପରିବାରର ପରମ୍ପରା ଅନୁଯାୟୀ ବ୍ରାହ୍ମଣ ପୁତ୍ର ନାରାୟଣ ଦାଶ ଶ୍ମଶାନସ୍ଥଳରେ ଉପସ୍ଥିତ ରହି ମୁଖାଗ୍ନି ଦେଇଥିଲେ।ଖଣ୍ଡପଡ଼ା ରାଜାଙ୍କ ପରଲୋକ ପରେ ତାଙ୍କର ପୁତ୍ର ସିଦ୍ଧାର୍ଥ ଶେଖର ସିଂହ ରାଜ ସିଂହାସନ ଆରୋହଣ ପରିପ୍ରେକ୍ଷୀରେ ପାରମ୍ପରିକ ପ୍ରଥାନୁଯାୟୀ ରାଜବାଟି ପରିସରରେ ଶୁକ୍ରବାର ସକାଳେ ରାଜଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବ୍ରାହ୍ମଣ ସମାଜ ଓ ନଟବରପୁରଶାସନ ଗ୍ରାମସ୍ଥିତ ବେଦ ପାଠଶାଳାର ଛାତ୍ରମାନେ ଉପସ୍ଥିତ ରହି ବେଦ ପାଠ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق