ବୃକ୍ଷରେ ରାଖି ବାନ୍ଧିଲେ ଛାତ୍ର ଛାତ୍ରୀ,ସମାଜକୁ ଦେଲେ ସୁନ୍ଦର ବାର୍ତ୍ତା
ଭୁବନେଶ୍ବର (ମଣିଭଦ୍ରା ଖବର) ଭାଇ ଭଉଣୀର ସମ୍ପର୍କ ପବିତ୍ର । ଏହି ପବିତ୍ର ସମ୍ପର୍କର ମୁକ ସାକ୍ଷୀ ହେଉଛି ରାଖୀ ପୂର୍ଣିମା । ଏହି ଦିନଟି ରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । କିନ୍ତୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାଳିଲେ ନିଆରା ରକ୍ଷା ବନ୍ଧନ ।
ଭୁବନେଶ୍ବର ୟୁନିଟ-୮ ୟୁପିଏସସି କଲୋନୀରେ ଥିବା ବିଦ୍ୟାଳୟରେ ଆଜି ଛାତ୍ରୀ ମାନେ ବୃକ୍ଷରେ ରାଖି ବାନ୍ଧିବା ଦେଖିବାକୁ ମିଳିଛି । ବିଭିନ୍ନ ଶସ୍ୟରେ ନିଜ ହାତରେ ରାଖି ତିଆରି କରି ଛାତ୍ରୀ ମାନେ ଏହି ଉତ୍ସବକୁ ପାଳନ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାତ କୁମାର ସେନାପତିଙ୍କ ତତ୍ବାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଓଡିଶୀ ଫାଉଣ୍ଡେସନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଛାତ୍ରୀ ମାନଙ୍କର ଏଭଳି ନିଆରା ରାଖି ବନ୍ଧନକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି ।
ମଣିଭଦ୍ରା ଖବର,ଭୂବନେଶ୍ବର



إرسال تعليق