BREAKING
Loading...
:

ଗୁପ୍ତେଶ୍ୱରଦେବ ଙ୍କ ପୀଠ ଠାରେ ଯୋଗାଇଲେ ସ୍ଵେଛାକୃତ ସ୍ୱାସ୍ଥ୍ୟ ଶିବିର ଓ ୫ ହଜାର କାଉଡିଆ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା.

 ଗୁପ୍ତେଶ୍ୱରଦେବ ଙ୍କ ପୀଠ ଠାରେ ଯୋଗାଇଲେ ସ୍ଵେଛାକୃତ ସ୍ୱାସ୍ଥ୍ୟ ଶିବିର ଓ ୫ ହଜାର କାଉଡିଆ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା.                    

  ବାଙ୍କୀ (ମାନସ ରଞ୍ଜନ ସାହୁ ):ଶ୍ରାବଣ ମାସ ରେ ଶିବ ଶମ୍ଭୁ ଙ୍କ ଟିକେ ସାନିଧ୍ୟ ପାଇବା ପାଇଁ ଜଳଲାଗି ପାଇଁ ଆସୁଥିବା କାଉଡିଆ ଭକ୍ତ ଙ୍କ ଉଦେଶ୍ୟ ରେ ୫ ଶହ କିଲୋମିଟର ଦୂରରୁ କଟକ ଜିଲ୍ଲା ବାଙ୍କୀ କରବର ଅଂଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ ସିଧେଶ୍ୱର କାଉଡିଆ ସେବକ ସଂଘ ପକ୍ଷରୁ ଯାଇ ସୁଦୂର କୋରାପୁଟ ର ବାବା ଗୁପ୍ତେଶ୍ୱରଦେବ ଙ୍କ ମନ୍ଦିର କୁ ଆସୁଥିବା କାଉଡିଆ ଭକ୍ତ ଙ୍କୁ ଯୋଗାଇ ଦେଇଛନ୍ତି ସ୍ବେଛାକୃତ ସେବା. ସେଠାରେ ସେବକ ସଂଘ କରବର ପକ୍ଷରୁ ମାଗଣା ରେ ସ୍ୱାସ୍ଥ୍ୟ ଶିବିର ସେପଟେ ବାବା ଗୁପ୍ତେଶ୍ୱର ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ କାଉଡିଆ ଙ୍କ ଉଦେଶ୍ୱର ବ୍ୟବସ୍ଥା ହୋଉଥିଲା ସାତ୍ୱ୍ୟୁକ ଆହାର.ଏହି ସେବା ମୂଳକ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୫ ହଜାର କାଉଡିଆ ଭକ୍ତ ଙ୍କୁ ମାଗଣା ରେ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ୫ ଶହ ରୁ ଉର୍ଦ୍ଧ ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ରେ  ଔଷଧ ବଣ୍ଟନ କରାଯାଇଥିଲା. ଏଭଳି ସ୍ଵେଛାକୃତ ସେବା ଆଗାମୀ ଦିନ ରେ ଏହି ଭଳି ଶ୍ରାବଣ ମାସ ରେ  ଓଡିଶା ର ପ୍ରସିନ୍ଧ ଶୈବପୀଠ କୁ ଯାଇ ନିଜର ନିଷ୍ଠାପର ସେବା ଯୋଗାଇବା ର ଲକ୍ଷ ରଖିଛି ଏ ଶୀଧେଶ୍ୱର କାଉଡିଆ ସେବକ ସଂଘ ବୋଲି ସୂଚନା ଦେଇଛନ୍ତି ନିରଞ୍ଜନ ଵସନ୍ତରା ଓ ତାଙ୍କ ଟିମ.ଶୀଧେଶ୍ୱର କାଉଡିଆ ସେବକ ସଂଘ ର ଏଭଳି ସେବା କାର୍ଯ୍ୟ ଯୋଗୁ ସାଧାରଣ ରେ ଭୂଇଁଅସି ପ୍ରଶଂସା  ସାଉଣ୍ଟିଛନ୍ତି ଅନୁଷ୍ଠାନର ୬0 ଜଣ କର୍ମକର୍ତା ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS