BREAKING
Loading...
:

ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସାମ୍ବାଦିକ ସମ୍ବିଳନୀ

 ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସାମ୍ବାଦିକ ସମ୍ବିଳନୀ             



 ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରସ୍ଥ ସିଭିଲ କୋର୍ଟ ନିରଟସ୍ଥ ସଭାଗୁହରେ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଁଯାଇଛି l ଏଥିରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ସଭାପତି ତଥା ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ମୁଖ୍ଯତଃ ଯୋଗ ଦେଇ କହିଥିଲେ ଏବେ ରାଇରଙ୍ଗପୁର ସହରରେ ପୁଲିସ ଜିଲ୍ଲା ଘୋଷିତ ହୋଇଛି l ଏଥିନିମନ୍ତେ ସର୍ବଦଳୀୟ ତଥା ରାଇରଙ୍ଗପୁର ସହରସ୍ଥ ମାନ୍ଯଗଣ୍ଯ ବ୍ଯକ୍ତିମାନେ ସାଧୁବାଦ ଜଣାଇଛନ୍ତି l ବିଗତ ଦିନରେ ରାଇରଙ୍ଗପୁର ଜିଲ୍ଲା ଗଠନ ନିମନ୍ତେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ବ୍ଲକ ମଧ୍ଯରୁ ରାଇରଙ୍ଗପୁର ର ସ୍ବତନ୍ତ୍ର ଭୂମିକା ରହିଛି l ଏଠାରୁ କୌଣସି କାମରେ ଜିଲ୍ଲା ମୂଖ୍ଯାଳୟ ବାରିପଦାକୁ ଯିବାକୁ ପଡୁଛି l ଏଠିକାର ଲୋକେ ଅଫିସ ଅବା କାର୍ଯ୍ଯାଳୟ କାର୍ଯ୍ଯରେ ରାଇରଙ୍ଗପୁର  ଠାରୁ ବାରିପଦା ଯିବାକୁ ପଡୁଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆବଶ୍ଯକ ଭିତ୍ତିଭୂମି ଏଠାରେ ରାଇରଙ୍ଗପୁର ରେ ଥିବାରୁ ଜିଲ୍ଲା ଗଠନ ନିମନ୍ତେ ଜୋର ଦେଇଥିଲେ l ବିଗତ ଦିନରେ  ହାଇକୋର୍ଟ ଙ୍କ ବିନା ଆଦେଶରେ ଜିଲ୍ଲା ଗଠନ ହୋଇପାରିନାହିଁ, ତେଣୁ ଏହା ସ୍ଥଗିତ ହୋଇନାହିଁ l ବରଂ ଜିଲ୍ଲା ଗଠନ ପାଇଁ ଚୂଡାନ୍ତ ପ୍ରକ୍ରିୟା ଚାଲୁରହିଛି l ପୁଣି ଆଇନବ୍ଯବସ୍ଥା ର  ସେକସନ ୭ ରେ ଯାହା ଲିଖିତ ରହିଛି, ଏଥିପାଇଁ କାର୍ଯ୍ଯଧାରା ନିତାନ୍ତ ସ୍ବୀକାରଯୋଗ୍ଯ l ଏଣୁ ରାଇରଙ୍ଗପୁର ଜିଲ୍ଲା ନିହାତି ଗଠନ ହେବ l ଏଥିପାଇଁ କରଂଜିଆ ଉପଖଣ୍ଡ ର ଆବଶ୍ଯକତା ନାହିଁ l ଉକ୍ତ ବୈଠକରେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ ସହିତ ବୈଦୁତ୍ଯିକ, ଛାପାକଳ ଓ  ସାମାଜିକ ଗଣମାଧମର ପ୍ରତିନିଧି ଗଣ ଯୋଗ ଦେଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS