ବ୍ର୍ହ୍ମପୁରା ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ତରଫରୁ ସ୍ୱର୍ଗତ ରମାକାନ୍ତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋଭାଯାତ୍ରା
ବାଙ୍କୀ,୧୯/୭(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ତରଫରୁ ଦିବଙ୍ଗତ ଶିକ୍ଷକ ରମାକାନ୍ତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଦ୍ଧିଷ୍ଠିର ଦେବତା , ଦୁର୍ଗାଚରଣ ପରିଡା, ମେଘନାଦ ନାୟକ, ସୁଦର୍ଶନ ଦାସ, ନୀଳମଣି ସାହୁ, ଇଂ.ରବିନ୍ଦ୍ର କୁମାର ରାଉତ, ଇଂ.ମଧୁସୂଦନ ରାଉତ, ଇଂ.ଗଙ୍ଗାଧର ମହାରଣା, ବାଙ୍କ ନିଧି ତ୍ରିପାଠୀ, ଆର୍ତ୍ତବନ୍ଧୁ ସାହୁ, ଚକ୍ରଧର ସାହୁ, ଅର୍ତ୍ତବନ୍ଧୁ ଜେନା, ବଳରାମ ମୁଦୁଲି ପ୍ରମୁଖ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ନିରବ ଶୋଭାଯାତ୍ରା କରିଥିଲେ । ସୂଚନା ଯୋଗ୍ୟଯେ ସ୍ୱର୍ଗତ ମହାପାତ୍ର ଏହି ଉଚ୍ଚବିଦ୍ୟାଳୟରେ ୧୯୬୬ମସିହା ଠାରୁ ୧୯୯୮ ପର୍ଯ୍ୟନ୍ତ ଶିକ୍ଷକତା କରୁଥିଲେ ।


إرسال تعليق