BREAKING
Loading...
:

ମା’ଚର୍ଚ୍ଚିକା ଛାତ୍ରୀ ନିବାସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ସ୍ମୃତିଚାରଣ

 ମା’ଚର୍ଚ୍ଚିକା ଛାତ୍ରୀ ନିବାସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ସ୍ମୃତିଚାରଣ   




ବାଙ୍କୀ,୧୯/୭(ମାନସ ରଞ୍ଜନ ସାହୁ): ମା’ଚର୍ଚ୍ଚିକା ଛାତ୍ରୀ ନିବାସ ପକ୍ଷରୁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସ୍ୱର୍ଗତା ସୌମ୍ୟଶ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ର ଓ ସ୍ମୃତିଚାରଣ ସଭା ଛାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୃତି ସଭାରେ ଛାତ୍ରୀ ନିବସାର ତତ୍ତ୍ୱାବଧାରିକା ଡକ୍ଟର ସସ୍ମିତା ଦାସ ସଭାପତିତ୍ୱ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସୌମ୍ୟଶ୍ରୀଙ୍କ ମୃତ୍ୟୁ ଆଜିର ଯୁବସମାଜ ପାଇଁ ଏକ ଦାରୁଣ ଆଘାତ । ଏବେ ଗୁରୁଶିଷ୍ୟଙ୍କର ସମ୍ପର୍କ ପୂର୍ବଭଳି ଆଉ ରହୁ ନାହିଁ, ସେଥିପାଇଁ ଆଜିର କଳୁଷିତ ସମାଜ ଓ ବ୍ୟବସ୍ଥା ଦାୟି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଛାତ୍ରୀ ନିବାସର ସହ ତତ୍ତ୍ୱାବଧାରିକା ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ ସ୍ୱାଗତ ଭାଷଣ ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ତରଫରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇ ସ୍ୱର୍ଗତା ସୌମ୍ୟାଶ୍ରୀଙ୍କ ପ୍ରତି ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟତମ ସହତତ୍ତ୍ୱାବଧାରିକ ଅଧ୍ୟାପିକା ରୋଜାଲିନ୍ ମହାନ୍ତି ଛାତ୍ରୀମାନେ ସାହାସୀ ଓ ଧୈର୍ଯ୍ୟ ଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।  ଛାତ୍ରୀ ନିବାସର ସମ୍ପାଦିକା ଓ ପରିଚାଳକ ବିନୋଦିନୀ ବେହେରା କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ।


ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS