BREAKING
Loading...
:

ରସାୟନ ବିଜ୍ଞାନରେ Ph.D. ପ୍ରାପ୍ତ କଲେ ଭବାନୀ ଶଙ୍କର ପଣ୍ଡା।

 ରସାୟନ ବିଜ୍ଞାନରେ Ph.D. ପ୍ରାପ୍ତ କଲେ ଭବାନୀ ଶଙ୍କର ପଣ୍ଡା।

ଖଣ୍ଡପଡ଼ା (ମଣିଭଦ୍ରା ଖବର) ଗବେଷକ ଭବାନୀ ଶଙ୍କର ପଣ୍ଡା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ରୁ ରସାୟନ ବିଜ୍ଞାନରେ ଗବେଷଣା କରି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଡ. ସବିତା ନାୟକଙ୍କ ର  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରସ୍ତୁତ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ "DESIGN, SYNTHESIS AND BIOLOGICAL STUDIES OF 2𝐻-CHROMENE-BASED HYDRAZONES, INDENOPYRAZOLONES AND TRIAZOLES" ଝାଡ଼ଖଣ୍ଡ ସ୍ଥିତ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର

ଡ. ଅରୁଣ କୁମାର ପାଢ଼ୀ ଏବଂ ଗୌହାଟୀ ସ୍ଥିତ ଆଇ ଆଇ ଟି ର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଡ. ଟି. ପୁନିଆ ମୂର୍ଥି ଙ୍କ ଦ୍ଵାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।


 ଡ. ଭବାନୀ ଶଙ୍କର ପଣ୍ଡା ନୟାଗଡ଼ ଜିଲ୍ଲା  ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ଓ ଶ୍ରୀମତୀ ସୌଦାମିନୀ ପଣ୍ଡା ଙ୍କ ଏକମାତ୍ର ପୁତ୍ର ଅଟନ୍ତି । ଡ. ପଣ୍ଡା ତାଙ୍କ ଏହି ସଫଳତା ପାଇଁ ତାଙ୍କ ପିତା, ମାତା, ଭଉଣୀ, ଭିଣେଇ, ଗୁରୁଜନ, ଶିକ୍ଷକ, ଶିକ୍ଷୟତ୍ରୀ, ଶୁଭାକାଂକ୍ଷୀ, ସାଙ୍ଗ ସାଥୀ ଏବଂ ସର୍ବୋପରି ପ୍ରଭୁ ଶ୍ରୀ ହଟ୍ଟକେଶ୍ଵର ଓ ନୀଳମାଧବ ଙ୍କ ନିକଟରେ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS