ବ୍ଲକ ସ୍ତରୀୟ କୁଷ୍ଠରୋଗୀ ପୁନର୍ବାସ ଯୋଜନା କାର୍ଯ୍ୟକ୍ରମ ।
ଗଜପତି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସଦଭାବନା ସଭାଗୃହରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ଦ୍ଵାରା ଆରୋଗ୍ୟପ୍ରାପ୍ତ କୁଷ୍ଠରୋଗୀଙ୍କ ପୁନର୍ବାସ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳକୁ ମୁଖ୍ୟାଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମାଳତୀ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତ୍ରିଶୂଳ ସେନାପତି ଯୋଗଦେଇ ରୋଗୀ ମାନଙ୍କୁ ଚିହ୍ନଟ କରିବା ସହ ସେ ମାନଙ୍କୁ ମାଗଣା ସରକାରୀ ଚିକିତ୍ସା ଯୋଗାଇ ଦେବା ସହ ଆର୍ଥିକ ସହାୟତା, ବାସ ଗୃହ ଯୋଗାଇ ଦେବା ପାଇଁ କୁହାଯାଇଥିଲା। ସମସ୍ତ ସରପଞ୍ଚ,ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିହ ଚରଣ ମିଶ୍ର ପରିଚଳନା କରିଥିଲେ।
ମଣିଭଦ୍ରା ଖବର, ଗଜପତି


إرسال تعليق